ବିଷମ କଟକ/ରବିନ୍ଦ୍ର କୁମାର ସାହୁ: ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଭାରତ ବର୍ଷ ଉତ୍ସବମୁଖର ହୋଇଥିବାବେଳେ ରାୟଗଡ଼ା ଜିଲ୍ଲା ବିଷମ କଟକ ସହରରେ ମଧ୍ୟ ରାମମୟ ପରିବେଶ ସୃଷ୍ଟି ହୋଇଛି । ଗ୍ରାମର ବିଭିନ୍ନ ସାହି ମାନଙ୍କ ରେ ଯୁବକ ଗୋଷ୍ଟି , ବିଷ୍ପହିନ୍ଦୁ ପରିଷଦ, ବଜରଙ୍ଗ ଦଳ,ବଣିକ ସଂଘ, ବିଜେପି ଦଳ ତରଫରୁ ସହ ସହ ଲୋକଙ୍କ ସମାଗମରେ ଡିଜେ ବାଜା, ସଙ୍କୀର୍ତ୍ତନ ମଣ୍ଡଳୀ ସହ ରାମ ଧ୍ୱନିରେ ନଗର ପରିକ୍ରମା କରାଯାଇ ଅଯୋଧ୍ୟାରେ ଶ୍ରୀ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଭବ୍ୟ ଉତ୍ସବକୁ ବହୁ ଆନନ୍ଦ ଉଲ୍ଲାସରେ ରେ ପାଳନ କରାଯାଇଛି । ଏହି ପରିପକ୍ଷରେ ବିଷମ କଟକ ରାମ ମନ୍ଦିର କୁ ସୁସଜ୍ଜିତ କରିବା ସହ ରାମ ଭକ୍ତଙ୍କ ଲାଗି ନେତାଜି ଛକ ଓ ରାମ ମନ୍ଦିରରେ ଅର୍ଣ୍ଣ ପ୍ରସାଦ ସେବନର ବ୍ୟବସ୍ତା କରାଯାଇଥିଲା । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପୁରା ବିଷମ କଟକ ସହରକୁ ଗେରୁଆ ପତକାରେ ସୁସଜ୍ଜିତ କରାଯିବା ସହ ବିଷମ କଟକ ମୂଖ୍ୟ ସଡ଼କ, ନେତାଜୀ ଛକ ଅସ୍ଥାୟୀ ମଣ୍ଡପରେ ପ୍ରଭୁ ରାମଚନ୍ଦ୍ର ଙ୍କ ପୂଜାର୍ଚ୍ଚନା କରାଯାଇଥିଲା ଓ ରାମ ମନ୍ଦିରରେ ସ୍ଵତନ୍ତ୍ର ପୁଜାର ଅୟୋଜନ କରଯାଇଥିଲା ।