ବିଷମକଟକ ସବଜେଲ କର୍ମଚାରୀଙ୍କ କଳା ବ୍ୟାଜ ପିନ୍ଧି ଶାନ୍ତିପୂର୍ଣ ଧାରଣା

0

ବିଷମକଟକ / ରବିନ୍ଦ୍ର କୁମାର ସାହୁ : ପାଞ୍ଚ ଦଫା ଦାବି ନେଇ ବିଷମକଟକ ସବଜେଲ ଠାରେ କାର୍ଯ୍ୟରତ ଜେଲ କର୍ମଚାରୀ ମାନେ ଆଜି ଶାନ୍ତି ପୂର୍ଣ ଭାବେ ଧାରଣା ଦେଇଛନ୍ତି । ଅଲ ଓଡିଶା ଜେଲ କର୍ମଚାରୀ ସଙ୍ଘ ର ଆହ୍ୱାନ କ୍ରମେ ବିଷମକଟକ ସବ ଜେଲରେ କାର୍ୟ୍ୟରତ ଏହି କର୍ମଚାରୀ ମାନେ ଆଜି ଠାରୁ ଧାରଣାରେ ସାମିଲ ହୋଇଥିବା ଜେଲ ୱାର୍ଡନ ମହୋମ୍ମଦ ଇସ୍ରାନ ପ୍ରକାଶ କରିଛନ୍ତି । କଳା ବ୍ୟାଜ ପିନ୍ଧି କର୍ମଚାରୀ ମାନେ ଏହି ଭିକ୍ଷୋଭରେ ସାମିଲ ହୋଇଛନ୍ତି । ତେବେ ସରକାର ଯଦି ଆପୋଷ ବୁଝାମଣାରେ ଦାବି ଗୁଡିକୁ ନ ମାନନ୍ତି ତେବେ ସଙ୍ଘର ନିର୍ଦେଶ କ୍ରମେ ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି କର୍ମଚାରୀ ମାନେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।