ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି)– ବିଟ୍ କଏନ ଦେବା ନାଆରେ କୋଟିଏରୁ ଅଧିକ ଟଙ୍କା ଠକି ନେଇଥିବା ଯୁବକ ଗିରଫ । ଗିରଫ ଜଣକ ହେଉଛନ୍ତି ମନୋରଂଜନ ବିଶ୍ୱାଳ ଓ ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବଡତୋଟା ବେଲପଡା ଗାଁରେ ବୋଲି ଜଣାପଡିଛି । ମନୋରଂଜନ ବିଟ୍ କଏନ ଦେବେ ବୋଲି କହି ଗ୍ରାହକଙ୍କ ଠାରୁ ୧ଲକ୍ଷ ଲେଖାଏଁ ଟଙ୍କା ନେଉଥିଲେ । ଏହାସହ ବର୍ଷିକ ଭିତରେ ଏହି ଟଙ୍କାକୁ ତିନିଗୁଣା କରିଦେବେ ବୋଲି ପ୍ରତିଶୃତି ମଧ୍ୟ ଦେଉଥିଲେ । ପଇସା ପାଇବାକୁ ଗ୍ରାହକମାନଙ୍କୁ ଏକ ଆପ ଡାଉନଲୋଡ କରିବାରୁ କହିଥିଲେ । ସେମାନେ ଆପ ଡାଉନଲୋଡ କଲାପରେ କିଛି ଟଙ୍କା ତାଙ୍କ ପାଖକୁ ଫେରସ୍ତ ଆସିଥିଲା । ପରେ ଆଉ ଟଙ୍କା ଫେରସ୍ତ ଆସିବା ପୂର୍ବରୁ ସେ ଆପଟି ଡିଲିଟ ହେଇ ଯାଉଥିଲା । ଏହିଭଳି କରି ମନୋରଂଜନ ପ୍ରାୟ ୫୦କୋଟି ଠକି ନେଇଥିବା ଜଣା ପଡିଛି । କିଛି ଲୋକ ଜଟଣୀ ଥାନାରେ ଅଭିଯୋଗ କରିବା ପରେ ମାମଲା ସାମ୍ନାକୁ ଆସିଥିଲା । ଏନେଇ ମନୋରଂଜନଙ୍କୁ ପୋଲିସ ଖୋଜୁଥିଲା । ଗତକାଲି ମନୋରଂଜନଙ୍କୁ ବୁଲୁଥିବାର ଦେଖି ସ୍ଥାନୀୟ ଲୋକ କାବୁ କରି ଜଟଣୀ ଥାନାରେ ଦେଇଛନ୍ତି । ମନୋରଂଜନଙ୍କ ବେଲପଡା ଘରେ ଚଢଉ କରି ସେଠାରୁ ଏକ ଲାପଟପ ସହ ଦସ୍ତାବିଜ ମଧ୍ୟ ଜବତ କରିଛି ପୋଲିସ । ସେପଟେ କେବଳ ଖୋର୍ଦ୍ଧା ନୁହେଁ ଅନ୍ୟ ଜିଲ୍ଲାକୁ ମଧ୍ୟ ଏହାର ଲିଙ୍କ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।