ବିଜେଡି ବିଧାୟକ ଅରୁଣ ସାହୁଙ୍କ ବିବୃତି, ଗୃହ ବାହାରେ ଆଲୋଚନା ହେଉଛି ତଥ୍ୟ ନାହିଁ ସତ୍ୟ ନାହିଁ

0

ଭୁବନେଶ୍ୱର : ଏକ ସାମାନ୍ୟ ମୃତ୍ୟୁ ସମସ୍ତଙ୍କୁ ଦୁଃଖ ଦିଏ । ଅମାନୁଷିକ ହତ୍ୟା ହୃଦୟ ବିଦାରକ ଜଘନ୍ୟ ହତ୍ୟାକାଣ୍ଡକୁ କେହି ପସନ୍ଦ କରିବେନି । ସମସ୍ତଙ୍କୁ ଦୁଃଖ ଦିଏ ଗୃହ ଏବଂ ଗୃହ ବାହାରେ ଆଲୋଚନା ହେଉଛି ତଥ୍ୟ ନାହିଁ ସତ୍ୟ ନାହିଁ । ଚାହା ଖଟିରେ ଗପ ଭଳି ଲାଗୁଛି । ଅବାନ୍ତର ଆଲୋଚନାକୁ କେତେଧୁର ବିଶ୍ୱାସ କରାଯାଇପାରେ ଓଡ଼ିଶା ବସି ବିଚାର କରିବେ । ଆପୋଲୋ ହସ୍ପିଟାଲରେ ନବ ଦାସଙ୍କ ପାଖରେ ଯିଏ ଥିଲା, ସେ ହିଁ ଜାଣିଥିଲା ସେଠାର ପରିସ୍ଥିତି ଏବଂ ମୁଣ୍ଡିଆ ମାରିବା ଅର୍ଥ ହେଉଛି, ସମସ୍ତେ ଠାକୁରଙ୍କୁ ଡାକୁଥିଲେ ଜୀବନ ବଞ୍ଚାଇବା ପାଇଁ ପ୍ରାର୍ଥନା କରୁଥିଲେ । ନବ ଦାସଙ୍କ ଶୁଦ୍ଧି କ୍ରିୟା ସରି ନଥିବାବେଳେ, ଯେଉଁ ଭଳି ବୟନବାଜୀ କରାଗଲା ତାହା ସମସ୍ତଙ୍କୁ ବ୍ୟଥିତ କରୁଛି ଜ୍ଝ ଆକ୍ଷେପ କରିବାକୁ ନିଜ ସୀମା ପାର କରି ଡାକ୍ତର ଭଳି ମନ୍ତବ୍ୟ ଦେଲେ, ତାହା କେତେ ଦୂର ଠିକ । ଜଣେ ପୁର୍ଣ ଦାୟିତ୍ୱବାନ ବ୍ୟକ୍ତି ବାରମ୍ବାର ଏଭଳି ମନ୍ତବ୍ୟ ଦେବା, କେତେଦୂର ଉଚିତ ?

ଜଣେ ମାନସିକ ସନ୍ତୁଳନ ହରାଇ ବସିଥିବା ବ୍ୟକ୍ତି ହିଁ ଏଭଳି କହିପାରେ । ନବ ଦାସଙ୍କ ଆତ୍ମାକୁ କେତେ ବ୍ୟଥିତ କରୁଥିବ, ଯେଉଁଭଳି ବାସ୍ତବତା ନ ଥାଇ ଆଲୋଚନା କରୁଛେ । ସରକାର ତଦନ୍ତରେ ଏଫବିଆଇର ସହଯୋଗ ନେବାକୁ ଚାହିଁଛନ୍ତି, ସିବିଆଇ ଯେଉଁ ପ୍ରକ୍ରିୟାରେ ତଦନ୍ତ କରେ, କ୍ରାଇମବ୍ରାଞ୍ଚ ମଧ୍ୟ ସେହି ପ୍ରକ୍ରିୟା ଆପଣାଉଛି । ବିରୋଧୀଙ୍କ ପାଖରେ ଯାହା ତଥ୍ୟ ଏବଂ ସତ୍ୟ ଅଛି ତାକୁ କ୍ରାଇମବ୍ରାଞ୍ଚକୁ ଦିଅନ୍ତୁ । ବାରମ୍ବାର ମିଥ୍ୟା ଅଭିଯୋଗ କରି, ନିଆଁ ନଥାଇ ଧୂଆଁ ଉଠାଇବା ଜ୍ଝ ତଦନ୍ତକାରି ଟିମର ମନୋବଳ ଭାଙ୍ଗୁଛି ଜ୍ଝ ଷଡ଼ଯନ୍ତ୍ରରୁ ନିବୃତ ରୁହନ୍ତୁ । ସିବିଆଇଠୁ ବହୁତ ଭଲ କ୍ରାଇମବ୍ରାଞ୍ଚ, ନବୀନ ପଟନାୟକ ବହୁତ ସମ୍ବେଦନଶୀଳ, ଦୋଷୀକୁ କଠୋର ଦଣ୍ଡ ଦିଅନ୍ତି । ବିରୋଧୀ ଧର୍ୟ୍ୟ ଧରନ୍ତୁ, ଅପେକ୍ଷା କରନ୍ତୁ, ତଦନ୍ତ ରିପୋର୍ଟ କୁ ।