(ଜୟନ୍ତ କୁମାର ସେଠୀ / ଗୋପ ) : ପୁରୀ ଜିଲ୍ଲା ଗୋପ ବ୍ଲକ ବନ୍ତୁଳି ଗ୍ରାମ ପଞ୍ଚାୟତ ରେ ବିଜେଡିର ହକ ମାଗୁଛି ଓଡ଼ିଶା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ୧୪ ନଂ ଜିଲ୍ଲା ପରିଷଦ ସଭ୍ୟା ସରୋଜିନୀ ନାୟକ ସଭାପତିତ୍ବ କରି କେନ୍ଦ୍ରସରକାର ୨୦୧୪ ରୁ ଶାସନରେ ରହିବା ପରଠାରୁ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ରଖି ଆସୁଛନ୍ତି ବୋଲି କହିଥିଲେ । ଓଡ଼ିଶାର ଉନ୍ନତି କରିବା ପରିବର୍ତ୍ତେ ବୋଝ ଲଦି ଦେଉଛନ୍ତି କେନ୍ଦ୍ର ସରକାର । ଏହି କାର୍ୟ୍ୟକ୍ରମରେ ନିମାପଡ଼ା ବିଧାୟକ ସମିର ରଞ୍ଜନ ଦାସ ଯୋଗଦେଇ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ମୂଳକ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଥିଲେ। ଏହି ସମାବେଶରେ କଂଗ୍ରେସ ଦଳର ସରପଞ୍ଚ ପ୍ରାର୍ଥୀ ଶ୍ରୀଧର ନାୟକ ବିଜେଡି ଦଳରେ ଯୋଗ ଦେଇଥିଲେ। ମାନ୍ୟବର ବିଧାୟକ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।ଏହି କାର୍ୟ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ଯୁବ ବାହିନୀ, ବିଜେଡି କର୍ମୀ ଉପସ୍ଥିତ ଥିଲେ।