(ଅନୁସ୍ୱୟା)ଭୁବନେଶ୍ୱର: ସାରା ରାଜ୍ୟରେ ନିର୍ବାଚନ ପାଇଁ ପ୍ରଚାର ପର୍ବ ଜୋର ସୋରରେ ଆରମ୍ଭ ହେଲାଣି । ଚାରିଆଡ଼େ ସମସ୍ତ ରାଜନୈତିକ ଦଳର କ୍ୟାମ୍ପେନ ଫିଭର। ଉପକୂଳରୁ ପଶ୍ଚିମ, ଆଭ୍ୟନ୍ତରୀଣରୁ ଦକ୍ଷିଣ ଓଡ଼ିଶା ସବୁଠି ନିର୍ବାଚନୀ ତାତି। ଗ୍ରୀଷ୍ମର ତାତି ବଢିବା ସଙ୍ଗେ ସଙ୍ଗେ ନିର୍ବାଚନୀ ତାତି ମଧ୍ୟ ବଢୁଛି । ପ୍ରଚାର ପାଇଁ ପୂରା ତୟାରରେ ଲାଗିପଡିଛି ବିଜେଡି । ହାଇଟେକ ପ୍ରଚାର ପାଇଁ ଦଳର ରଣନୀତି ପ୍ରସ୍ତୁତ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଥ୍ରୀଡି ଟେକ୍ନୋଲଜି ମାଧ୍ୟମରେ ଏଥର ପ୍ରଚାର କରିବେ । ସେହିପରି ନିର୍ବାଚନ ପାଇଁ ବିଜେଡିର ହୋଲଗ୍ରାମ କ୍ୟାମ୍ପେନିଂ ଆରମ୍ଭ ହୋଇଛି । ଏହି ଅବସରରେ ଉତ୍ତର ଭୁବନେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ସାଲିଆ ସାହିର ହାତୀଆଶୁଣୀ ବସ୍ତି, ମେଳଣ ପଡିଆରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ହୋଲଗ୍ରାମ କ୍ୟାମ୍ପେନିଂରେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାକୁ ଆକର୍ଷଣୀୟ ଢଙ୍ଗରେ ଉପସ୍ଥାପନ କରାଯାଉଛି । ଲୋକନୃତ୍ୟ ଗୀତ ମାଧ୍ୟମରେ ଜନହିତକାରୀ ଯୋଜନାକୁ ବର୍ଣ୍ଣନା କରାଯାଇଛି । ଏହାଦ୍ୱାରା ବିଜେଡି ଭୋଟରଙ୍କ ପାଖରେ ପହଞ୍ଚିବା ସହ ଭୋଟ ହାତେଇବା ପାଇଁ ଯୋଜନା କରିଛି ।