ସେପ୍ଟେମ୍ବର ୨ ତାରିଖ ରୁ ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ

0

(ଆଦର୍ଶ ରାଉତ / ରିପୋର୍ଟସ ଟୁଡ଼େ ) : ଗତକାଲି ବିଜୁ ଜନତା ଦଳ ସୁପ୍ରିମୋ ସଭ୍ୟ ସଂଗ୍ରହ ଅଭିଯାନ ପାଇଁ କମିଟି ଘୋଷଣା କରିଥିଲେ । ଏହି କମିଟିରେ ସଦସ୍ୟ ଭାବେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ , ବିଧାୟକ ଦେବୀ ପ୍ରସାଦ ମିଶ୍ର, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ  ପ୍ରମିଳା ମଲ୍ଲିକ , ସଞ୍ଜୟ କୁମାର ଦାସ ବର୍ମା, ବିଧାୟକ ପ୍ରତାପ କେଶରୀ ଦେବ, ବିଧାୟକ ପ୍ରଦୀପ ପାଣିଗ୍ରାହୀ, ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ରହିଛନ୍ତି । ଏ ଅଭିଯାନ ଆସନ୍ତା ସେପ୍ଟମ୍ବର ୨ ତାରିଖ ରୁ ଆରମ୍ଭ ହୋଇ ଅକ୍ଟୋମ୍ବର ୩୧ ତାରିଖ ଦିନ ଶେଷ ହେବ । ତୃଣମୂଳ ସ୍ତରରୁ ଯେଉଁ ଲୋକମାନେ ବିଜୁ ଜନତା ଦଳ ସହିତ ଯୋଡି ହେବାକୁ ଚାହୁଁଛନ୍ତି ସେମାନଙ୍କୁ ଏହି ଅଭିାଯାନରେ ସାମିଲ କରାଯିବ । ଟେକ୍ନାଲୋଜିର ବ୍ୟବହାର ମଧ୍ୟ ଏହି ଅଭିଯାନରେ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।