ବିଜେଡ଼ି ପ୍ରତିଷ୍ଠା ଦିବସ: ନୂଆ ମୋଟର ଯାନ ଆଇନକୁ ଅଣଦେଖା

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ନୂଆ ମୋଟର ଯାନ ଆଇନୁ ଫୁ । ଯାହାର ପ୍ରମାଣ ଶାସକ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ଦେଖିବାକୁ ମିଳିଥିଲା । ଏହି ପ୍ରତିଷ୍ଠା ଦିବସ ଅବସରରେ ବିଜେଡି ନେତାମାନେ ବାଇକ ରାଲି କରିଥିଲେ। ଆଉ ବାଇକ ଚଲାଉଥିବା କୌଣସି ବିଜେଡି ନେତା ହେଲମେଟ ପିନ୍ଧିନଥିଲେ। ବିନା ହେଲମେଟରେ ବାଇକ୍‌ ଚଳେଇ ବିଜେଡି ଜିନ୍ଦାବାଦ, ନବୀନ ବାବୁ ଜିନ୍ଦାବାଦ ନାରା ଦେଇ ଶାସକ ଦଳ ନିଜର ଦମ୍ଭ ଦେଖାଇଛି। ବିଜେଡ଼ି ନେତା ମାନେ ବିନା ହେଲମେଟରେ ଗାଡ଼ି ଚଳାଉଥିବାର ଫେଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରାଯାଇଛି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଲାଗୁଛି ଯେ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଟ୍ରାଫିକ ନିୟମକୁ ବୋଧ ହୁଏ ଭୂଲି ଯାଇଥିଲେ ଶାସକ ଦଳ ।
ଏଠି ପ୍ରଶ୍ନ ଉଠୁଛିଯେ ଟ୍ରାଫିକ ପୋଲିସ କ’ଣ ଏହାକୁ ଦେଖିପାରି ନଥିଲେ । ନାଁ ଦେଖିକି ଅଣଦେଖା କରିଥିଲା । ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଯିଏ ଟ୍ରାଫିକ ଆଇନକୁ ଉଲ୍ଲଂଘନ କରିବ ସେ ଆଇନ ଅନୁସାରେ ଦଣ୍ଡିତ ହେବ ବୋଲି କମିଶନରେଟ ପୋଲିସର ମୁଖ୍ୟ ସୁଧାଂଶୁ ଷଢଙ୍ଗୀ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମଧ୍ୟ ଆଇନ ଆଧାରରେ ଦୋଷୀ ସମସ୍ତେ ସମାନ । ଦୋଷୀ ବିରୁଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦୁର୍ନୀତି ଓ ଅଭିଯୁକ୍ତଙ୍କ ବାବଦରେ ପ୍ରତିକ୍ରିୟା ଦିଅନ୍ତି । ହେଲେ ଶାସକ ଦଳର ଏହି ରାଲି ଦେଖିବା ପରେ ଲାଗୁଛି ଯେ ଏହି ନିମୟ କେବଳ ସାଧାରଣ ଲୋକଙ୍କ ପାଇଁ ହୋଇଥିଲା । ଯଦି ରାଲି ବେଳେ ହେଲମେଟ ନପିନ୍ଧିଲେ ଚଳିବ ତାହେଲେ ସରକାର ଓ ପୁଲିସ ମଧ୍ୟ ପ୍ରେସ କନଫରେନସ କରି ସ୍ପଷ୍ଟୀକରଣ ଦେବାର ଆବଶ୍ୟକ ରହିଛି ବୋଲି ଚର୍ଚ୍ଚା ଜୋର ଧରିଛି ।
ଚଳିତ ବର୍ଷ ଲାଗୁ ହୋଇଥିଲା ନୂଆ ମୋଟର ଯାନ ଆଇନ । ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିଲା ଏହି ନିୟମ । ଏହି ନୂଆ ମୋଟର ଯାନ ଆଇନ ସାଧାରଣ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଥିଲା । ଏହି ନିୟମ ଅନୁସାରେ ଗାଡ଼ି ଚଳାଇବା ବେଳେ ହେଲମେଟ ସହିତ ଗାଡ଼ିର ଜରୁରୀ କାଗଜ ପତ୍ର ପାଖରେ ରଖିବାକୁ ତାଗିଦ କରାଯାଇଥିଲା । ଯାହାକୁ ନେଇ ସାଧାରଣ ଜନତା ଟ୍ରାଫିକ ପୋଲିସ ମୁହାଁମୁହିଁ ହୋଇଥିଲେ ।
ଏବେ ପୁଲିସ ବିଜେଡି ନେତାଙ୍କୁ ସମାନ ଆଇନ ଆଖିରେ ଦେଖୁଛି କି ଶାସକ ଦଳର ନେତାଙ୍କର ସାତ୍ ଖୁଣ୍ ମାଫ୍ ନ୍ୟାୟରେ କ୍ଷମା ଦେଉଛି ତାହା ଦେଖିବାକୁ ବାକି ରହିଲା