ସାଲେପୁର/ତାରାକାନ୍ତ ନାୟକ : ସାଲେପୁର ଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଲେପୁର ବ୍ଲକର ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ଯୋଗ ଦେଇ ଛାତ୍ର ସଂଗଠନର କର୍ମକର୍ତ୍ତା ମାନଙ୍କୁ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ କହିଥିଲେ।ଏଥି ସହିତ ବିଜେଡି ସରକାରର ବିଭିନ୍ନ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ପାଇଁ କହିଥିଲେ।ଉକ୍ତ ସଭାରେ କଟକ ଜିଲ୍ଲା ପର୍ୟ୍ୟବେକ୍ଷକ ବିଶ୍ଵପ୍ରତାପ ସାହୁ, ଜିଲ୍ଲା ଛାତ୍ର ସଭାପତି ଅସିଫ ଅମିନ, ଉପସଭାପତି କେଦାର ସନ୍ ସାହୁ, ସଂପାଦକ କମଳାକାନ୍ତ ସେଠୀ,ଛାତ୍ର ବିଜେଡି ସଭାପତି ଶୁଭମ ଦାଶ, ସଭାପତିତ୍ୱ କରିଥିଲେ।