ଅନୁଗୁଳ /ଜ୍ୟୋତିରଞ୍ଜନ ଧର : ଅନୁଗୁଳ ଜିଲ୍ଲା ପାଳଲହଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣିହାଁ ବ୍ଲକ କର୍ଣ୍ଣପାଳ ଗ୍ରାମପଞ୍ଚାୟତ ବିଜେଡି ପକ୍ଷରୁ ଶୁକ୍ରବାର ମା’ଲୁଧୁଣି ମନ୍ଦିର ଠାରେ ଦଳୀୟ ସାଂଗଠନିକ ସଭା ଅନୁଷ୍ଠିତ ହୋଇଥିଲା। ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ସମର୍ଥୀତ ସରପଞ୍ଚ, ସମିତିସଭ୍ୟ/ସଭ୍ୟା, ଜିଲ୍ଲାପରିଷଦ ସିଟ(ବିଜେଡି) କିଭଳି ଅଧିକରୁ ଅଧିକ ବିଜୟ ଲାଭ କରି ପାଲଳହଡା ନିର୍ବାଚନ ମଣ୍ଡଳୀରେ ନିଜର ଦବଦବା ବଜାୟ ରଖିବା ଏନେଇ ବୈଠକରେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଥିଲା। ଆଜି ଆୟୋଜିତ ଏହି ସାଙ୍ଗଠନିକ ବୈଠକରେ ପାଳଲହଡ଼ା ବିଧାୟକ ମୁକେଶ ପାଳ ମୁଖ୍ୟଅତିଥି ରୂପେ ଯୋଗ ଦେଇ ବିଜେଡି ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ଯେଭଳି ଉଚିତ ହିତାଧିକାରୀ ବାଦ ନପଡିବେ ସେଥିପ୍ରତି ଯତ୍ନଶୀଳ ହେବା ପାଇଁ କର୍ମୀଙ୍କୁ ପରାମର୍ଶ ଦେଇଥିଲେ । କଣିହାଁ ବ୍ଲକ ବିଜେଡ଼ି ସଭାପତି କୈଳାଶ ଚନ୍ଦ୍ର ସାହୁ, ପଞ୍ଚାୟତ ସଭାପତି ରବିଚନ୍ଦ୍ର ରାଉତ, ଜୋନ ପର୍ଯ୍ୟବେକ୍ଷ ସୁବାସ ଚନ୍ଦ୍ର ମହାନ୍ତି, ଯୁବ ସଭାପତି ସୁନୀଲ କୁମାର ସାହୁ, ଛାତ୍ର ସଭାପତି ମିଲନ ବେହେରା, ନାଏବ ସରପଞ୍ଚ କୁନା ସାମଲ ପ୍ରମୁଖ ଦଳୀୟ କର୍ମୀ ସାମିଲ ହୋଇଥିଲେ।