ବିଜଦର କାର୍ୟ୍ୟକାରିଣୀ ବୈଠକ ଓ ମିଶ୍ରଣପର୍ବ

0

ଭୁବନ/କଳ୍ପତରୁ ଜେନା: ଢେଙ୍କାନାଳ ଜିଲ୍ଲା ଭୁବନରେ ଆଜି ଅପରାହ୍ନରେ ବିଜୁ ଜନତାଦଳ ତରଫରୁ ଏକ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ବାଜିରାଉତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ପଞ୍ଚାୟତ ଓ ନିର୍ବାଚନ ପାଇଁ ଭୁବନ ବ୍ଲକର ପ୍ରତ୍ୟେକ ପଞ୍ଚାୟତ ଓ ଘଇଉ ର ପ୍ରତ୍ୟେକ ୱାଡର କର୍ମୀ ମାନଙ୍କୁ ନେଇ କିପରି ୨ ଟି ଯାକ ଆସନ ପୁନର୍ବାର ଅକ୍ତିଆର କରିବ ସେଥିପାଇଁ ରଣନୀତି ପ୍ରସ୍ତୁତ କରିବା ସହିତ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓଡିଶାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ବିଜୁ ଜନତାଦଳର ପ୍ରତ୍ୟେକ ନେତା କର୍ମୀମାନେ ଆଗେଇ ଆସିବା ସହିତ ସମାଜର ସବୁ ବର୍ଗର ଲୋକମାନଙ୍କ ପାଖରେ ପହଞ୍ଚିବା, ସେମାନଙ୍କ ସୁଖ ଦୁଃଖ ରେ ଭାଗିଦାର ହେବା ସହିତ ରାଜ୍ୟ ସରକାରଙ୍କ ଜନ୍ମରୁ ମୃତ୍ୟୁ ପର୍ୟ୍ୟନ୍ତ ୧୬୨ ଟି ଯୋଜନାର ସଫଳ ରୂପାୟନ ହେବ କିପରି ଓଡିଶାର ଜନସାଧାରଣ ତାର ଲାଭ ପାଇବେ ସେଥିପାଇ ସମସ୍ତେ ଆଗେଇ ଆସିବା ନିହାତି ଆବଶ୍ୟକ । ଉପସ୍ଥିତ ବୈଠକ ରେ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ, ଜିଲ୍ଲା ପର୍ୟ୍ୟବେକ୍ଷକ ବିଜୟ ନାୟକ, ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ,ଜିଲ୍ଲା ବିଜୁ ଯୁବ ଜନତା ଦଳ ଧର୍ମାନନ୍ଦ ପରିଡା , ଏବଂ ବିଜୁ ଜନତାଦଳର ବହୁ କର୍ମୀ ଉପସ୍ଥିତ ଥିଲେ । ପରିଶେଷରେ ଭୁବନ ପ୍ରଜାପିତା ବ୍ରହ୍ମକୁମାରୀ ଭଉଣୀମାନଙ୍କ ଦ୍ବାରା ରାକ୍ଷୀ ବନ୍ଧନ କାର୍ୟ୍ୟକ୍ରମ କରାଯାଇଥିଲା ।