ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ମଣ୍ଡି ସମସ୍ୟାରେ ବିଜେଡିର ଅଭିଯୋଗକୁ ନେଇ ବିଜେପିର କଡ଼ା ଜବାବ। ରାଜ୍ୟରେ ବର୍ତ୍ତମାନ ପର୍ୟ୍ୟନ୍ତ ସମସ୍ତ ମଣ୍ଡି ଖୋଲି ପାରିନାହିଁ। ମଣ୍ଡିର ଉନ୍ନତି ପାଇଁ ମଧ୍ୟ କେନ୍ଦ୍ର ସରକାର ଅର୍ଥ ପ୍ରଦାନ କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ସମସ୍ତ ସହାୟକ ଅର୍ଥ ଗଲା କୁଆଡେ ବୋଲି ବିଜେପି ପ୍ରଶ୍ନ କରିଛି । ବିଜେପି ଆଗାମୀ ୨୩ ତାରିଖରେ RDC ଅଫିସ ଘେରାଉ ନିଷ୍ପତ୍ତିକୁ ନେଇ ସରକାର ଡରିଯାଇଛନ୍ତି ବୋଲି ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ସେହିପରି ଟୋକନ ବ୍ୟବସ୍ଥାକୁ ନେଇ ଚାଷୀ ହନ୍ତସନ୍ତ ହେଉଛନ୍ତି । ଏହାକୁ ନେଇ ରାଜ୍ୟର ପ୍ରତ୍ୟକ ମଣ୍ଡିକୁ ବିଜେପି ଯିବ ବୋଲି ଲେଖାଶ୍ରୀ କହିଛନ୍ତି । ଅନ୍ୟପଟେ ବିଜେଡି କହିଛି, ଚାଷୀଙ୍କ ଆୟ ଦୁଇ ଗୁଣା ହୋଇଛି । ଚଳିତ ବର୍ଷ ୩୫ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି । ବିଜେଡି କହିଛି, କେନ୍ଦ୍ର ଚିଠି ଲେଖିଛି କି କେବଳ ଖରିଫ ସିଜିନରେ ୫୦ ପ୍ରତିଶତ ଧାନ ସଂଗ୍ରହ କରିବେ । କିନ୍ତୁ ରବି ଫସଲ କଥା ଭୁଲି ଯାଇଛନ୍ତି । ୨୦୧୯- ୨୦ରେ ଖରିଫରେ ୫୩, ରବିରେ ୭୦ ଲକ୍ଷ ଉତ୍ପାଦନ ହୋଇଥିଲା। ୪୮ ମେଟ୍ରିକ ଟନ ପାରା ବଏଲଡ଼ ରାଇସ ରହିଛି। ୨୦୨୦-୨୧ରେ ୩୫ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇ ସାରିଲାଣି। ମୋଟ ୮୨ ଲକ୍ଷ ମେଟ୍ରିକ ଟନ ଟାର୍ଗେଟ ରହିଛି। ସେପ୍ଟେମ୍ବର ୨୦୨୦ ସୁଦ୍ଧା ୨୮୫୦ କୋଟି ମିଳିବା କଥା, ଯାହା ଏବେ ସୁଦ୍ଧା କେନ୍ଦ୍ର ଦେଇନି ବୋଲି ବିଜେଡି ଅଭିଯୋଗ କରିଛି ।
Edit by Sushree Biswajeeta