ଭୁବନେଶ୍ୱର: ପିପିଲି ଥାନାରେ ବିଜେଡି-ବିଜେପି ମୁହାଁମୁହିଁ । ଆଜି ରାଇଗିରିପୁରରେ ବିଜେପିର ରାଲି ସମୟରେ ବିଜେଡି କର୍ମୀଙ୍କ ଗୁଣ୍ଡାଗିରି ଓ ଆକ୍ରମଣକୁ ନେଇ ବିଜେପି ପିପିଲି ଥାନାରେ ଅଭିଯୋଗ କରିବାକୁ ଆସିଥିବା ବେଳେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । କିଛି ସମୟ ଉଭୟ ପକ୍ଷ ହୋହାଲ୍ଲା ହେବା ପରେ ବିଜେଡି କର୍ମୀ ସେଠାରୁ ଚାଲିଯାଇଥିଲେ । ଏହା ପରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ ଆନ୍ଦୋଳନରେ ବସିଛନ୍ତି । ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଯିବା ଯାଏ ବିଜେପି ଆନ୍ଦୋଳନରୁ ଓହରିବ ନାହିଁ ବୋଲି ପୃଥିରାଜ କହିଛନ୍ତି । ପୃଥିରାଜ କହିଛନ୍ତି, ପିପିଲିରେ ପୋଲିସ ସମ୍ପୂର୍ଣ୍ଣ ଅସହାୟ । ଆମେ ଶାନ୍ତି ଚାହୁଁଛୁ ।