ବିଜେଡି-ବିଜେପି ବାହାଘର, କଂଗ୍ରେସ ସାଜିଲା ମିଡିଏଟର

0

ଭୁବନେଶ୍ୱର : ବିଜେଡି-ବିଜେପିର ବାହାଘର କରାଇବ କଂଗ୍ରେସ | ବିଜେଡି-ବିଜେପି ମଧ୍ୟରେ ଭିତିରି ସମ୍ପର୍କ ଥିବା ଚର୍ଚ୍ଚା କରି ଏଭଳି ପଦକ୍ଷେପ ନେଇଛି ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ | ଯୋଜନା ଅନୁସାରେ କଂଗ୍ରେସ ଭବନରେ ପ୍ରତୀକାତ୍ମକ ଭାବେ ଧୂମଧାମରେ ବିଜେଡି ଓ ବିଜେପିର ବାହାଘର ହେବ । ଏଥିରେ ବିଜେଡି ବର ହେବ ଓ ବିଜେପି କନିଆ ହେବ । ସାହାନାଇ ବାଜି ମନ୍ତ୍ର ପାଠ ସହ ଭୋଜିଭାତର ବି ଆୟୋଜନ କରାଯିବ । ଏ ନେଇ କଂଗ୍ରେସ ନିମନ୍ତ୍ରଣ ପତ୍ର ମଧ୍ୟ ବଣ୍ଟନ କରିଛି |