ଭୁବନେଶ୍ୱର/ ରାଜେଶ ସାହୁ: ପିପିଲି ଉପନିର୍ବାଚନ ପାଇଁ ବିଜେଡି ରୁଦ୍ର ମହାରଥିଙ୍କ ନାମ ଘୋଷଣା କରିବା ପରେ ଆଜି ରୁଦ୍ର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅନ୍ୟପଟେ ବିଜେଡି ପିପିଲି ଉପନିର୍ବାଚନରେ ବିଜୟ ହାସଲ ପାଇଁ ତାର ପୂର୍ବ ପ୍ରସ୍ତୁତ ରଣନୀତି ଉପରେ କାମ ଆରମ୍ଭ କରିଦେଇଛି । ବ୍ଲକବାରୀ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ଏହି କ୍ରମରେ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କୁ ଡେଲାଙ୍ଗ ବ୍ଲକ ଦାୟିତ୍ୱ ଦିଆଯାଇଛି । ଡେଲାଙ୍ଗ ବ୍ଲକ ଦାୟିତ୍ୱରେ ଥିବା ନେତା ଓ କର୍ମୀଙ୍କ ବୈଠକ ମନ୍ତ୍ରୀ ସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ପର୍ୟ୍ୟବେକ୍ଷକ ପ୍ରତାପ ଦେଵ ସାମିଲ ହୋଇଛନ୍ତି । ପ୍ରତି ପଂଚାୟତ ପାଇଁ ବିଜେଡି କରିଛି ସ୍ୱତନ୍ତ୍ର କମିଟି । ପ୍ରତି କମିଟିରେ ଯୁବ, ଛାତ୍ର. ମହିଳା ନେତାଙ୍କ ସହ ବରିଷ୍ଠ ନେତା ଦାୟିତ୍ୱରେ ରହିଛନ୍ତି । ଡେଲାଙ୍ଗ ବୈଠକରେ ବିଭିନ୍ନ ପଞ୍ଚାୟତର ୱାର୍ଡ କର୍ମୀମାନେ ଏକାଠି ହୋଇଛନ୍ତି ।