ବିଧାୟକଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ

0

(ସରୋଜ ରାଉତ)ଭୁବନେଶ୍ୱର: ଆଜି ବିଜେଡ଼ି ବିଧାୟକମାନଙ୍କୁ ବିଜେଡ଼ି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁମନ୍ତ୍ର ଦେଇଛନ୍ତି । ପଞ୍ଚମ ଥର ପାଇଁ କ୍ଷମତାକୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବନିର୍ବାଚିତ ବିଧାୟକଙ୍କୁ ସେମାନଙ୍କ ଆଚରଣ, ଉଚ୍ଚାରଣ କିପରି ରହିବା ଉଚିତ ସେ ବିଷୟରେ ଉପଦେଶ ଦେଇଛନ୍ତି।
କିପରି ଭାବେ ଦଳର ସାଙ୍ଗଠନିକସ୍ଥିତି ସୁଦୃଢ କରିବା ନେଇ ଆଲୋଚନା କରିଛନ୍ତି ।

ନବୀନ ଏହି ବୈଠକରେ ନବନିର୍ବାଚିତ ଓ ପୁରୁଣା ବିଧାୟକଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ଲଗାତାର ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ବିଜେଡ଼ି ମୁଖିଆ ନବନିର୍ବାଚିତ ଓ ପୁରୁଣା ବିଧାୟକଙ୍କୁ ନେଇ ବୈଠକ ବସିଥିଲା । ନବୀନ ନିବାସରେ ବିଜେଡ଼ି ଦଳରୁ ନବ ନିର୍ବାଚିତ ବିଧାୟକମାନଙ୍କୁ ନେଇ ହୋଇଥିବା ବୈଠକରେ ଦଳୀୟ ଆଭ୍ୟନ୍ତରୀଣ ବ୍ୟାପାର ଉପରେ ଆଲୋଚନା ହୋଇଛି । ସାଧାରଣ ଜନତାଙ୍କ ସହ ରହିବା ଓ ସେମାନଙ୍କ ବିକାଶ କଥା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ।ଏତଦ ବ୍ୟତିତ ଓ ସରଳ ଜୀବନ ଯାପନ କରିବାକୁ ବିଧାୟକଙ୍କୁ ଉପଦେଶ ଦେଇଥିଲେ ।
ସରକାରଙ୍କ ଦ୍ୱାରା ଯେଉଁ ଯୋଜନା କରାଯାଉଛି ତାହା ଲୋକଙ୍କ ନିକଟରେ ପହଂଚାଇବାକୁ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ । ଏହା ପରେ ଅନ୍ୟ ପୁରୁଣା ବିଧାୟକଙ୍କ ସହ ମଧ୍ୟ ବିଜେଡ଼ି ମୁଖ୍ୟ ନବୀନ ପଟ୍ଟନାୟକ ଦଳର ଆଗକୁ ଥିବା ପୈାର ଓ ପାଟକୁରା ନିର୍ବାଚନ ପାଇଁ ଗୁରତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ।ଭତ୍ତାଠାରୁ ସର୍ବନିମ୍ନ ଆବଶ୍ୟକତା ପୂରା କରିବାକୁ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକ ନେଇ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରତିକ୍ରିୟା ରଖିଛନ୍ତି।