ଧର୍ମଶାଳା ବିଧାୟକଙ୍କ ନାମରେ ଅଶାଳୀନ ମନ୍ତବ୍ୟ ଦେଇ ବିଜେଡି ଜିଲ୍ଲା ଛାତ୍ର ସଭାପତି ଗିରଫ

0

ବଡ଼ଚଣା /ବେଦପ୍ରକାଶ ନାୟକ :  ନିର୍ବାଚନ ସରିଗଲା,କିନ୍ତୁ ଏବେ ବି ବିଜେଡି ନେତା ଏବଂ କର୍ମୀ ମାନଙ୍କ ମଧ୍ୟରେ ଗର୍ବ ଅହଂକାର ସରିନି।ହାରିବା ପରେ ବି ରକ୍ତ ଚାଉଳ ଚୋବାଉଛନ୍ତି ପଦ ପଦବୀରେ ଥିବା ଯୁବ ଛାତ୍ର ମାନେ। ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ରାସ୍ତା ଘାଟ ପର୍ଯ୍ୟନ୍ତ ଅନେକ ସମୟରେ ଅଶାଳୀନ ମନ୍ତବ୍ୟ ଦେଉଥିବାର ସାଧାରଣ ରେ ଚର୍ଚ୍ଚା ଜୋର ହୁଏ। ଯାଜପୁର ଜିଲ୍ଲା ଧର୍ମଶାଳା ରେ ନବ ନିର୍ବାଚିତ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ବିଜୟ ହଜମ କରି ପାରୁ ନାହାଁନ୍ତି ପୂର୍ବତନ ବିଧାୟକଙ୍କ ସମର୍ଥକ ମାନେ। ନିର୍ବାଚନ ପୂର୍ବରୁ ଅନେକ ସମୟରେ ମିଥ୍ୟା ମାମଲା ଦାୟର କରି ହିମାଂଶୁ ଏବଂ ତାଙ୍କ ସହଯୋଗୀ ଙ୍କୁ ପୋଲିସ ଲଗାଇ ଉଦ୍ୟେଶ ମୂଲକ ଭାବେ ହଇରାଣ ହରକତ କରିଥିଲେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟ ଏବଂ ତାଙ୍କ ସହଯୋଗୀ ମାନେ।ଏହା ପରେ ବି ଅନେକ ଘାତ ପ୍ରତିଘାତ ସହି ହିମାଂଶୁ ଧର୍ମଶାଳା ରେ ସ୍ୱାଧୀନ ଭାବେ ଲଢ଼ି ବିଜୟ ହୋଇଥିଲେ।ବିଜୟ ପରେ ହିମାଂଶୁ ଙ୍କୁ ପ୍ରଣବ ଙ୍କ ସମର୍ଥକ ମାନେ ସୋସିଆଲ ମିଡିଆରେ ଅନେକ ସମୟରେ ଫେକ ଆଇଡି କରି ଅଶାଳୀନ ମନ୍ତବ୍ୟ ଦିଅନ୍ତି।ଯାହାକୁ ନେଇ ହିମାଂଶୁ ଏନେଇ ସାଇବର ଥାନାରେ ମାମଲା ରୁଜ୍ଜୁ କରିଥିବା ବେଳେ ତେବେ ଗତକାଲି ଧର୍ମଶାଳା ଥାନା ଅନ୍ତର୍ଗତ ବଡ଼ମଙ୍ଗଳପୁର ଗ୍ରାମର ସୌମ୍ୟ ପ୍ରକାଶ ବିଶ୍ୱାଳ ବିଜେଡି ର ଯାଜପୁର ଜିଲ୍ଲା ଛାତ୍ର ସଭାପତି ଙ୍କୁ ବୁଧବାର ସକାଳେ ଧର୍ମଶାଳା ପୋଲିସ ପକ୍ଷରୁ ଗିରଫ କରାଯାଇଛି  । ଅଭିଯୋଗ ଅନୁସାରେ ସୌମ୍ୟ ପ୍ରକାଶ ବିଶ୍ୱାଳ ଏକ ୱାଟ ସପ୍ ଗ୍ରୁପ୍ ରେ ଉଦ୍ଦେଶ୍ୟ ମୂଳକ ଭାବେ ଧର୍ମଶାଳା ର ବିଧାୟକ ହିମାଂଶୁ ଶେଖର ସାହୁ ଓ ତାଙ୍କ ପତ୍ନୀ ଙ୍କ ନାମରେ ଅଶାଳୀନ ମନ୍ତବ୍ୟ ପୋଷ୍ଟ କରି ଥିଲେ । ଏହି ଘଟଣା କୁ ଆଧାର କରି ବିଧାୟକ ଶ୍ରୀ ସାହୁଙ୍କ ସହଯୋଗୀ କୁମାରୀ ପଞ୍ଚାୟତ ଦେଉଳି ଗ୍ରାମର ରାଜେଶ ପାଲ ଧର୍ମଶାଳା ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଧର୍ମଶାଳା ପୋଲିସ ପକ୍ଷରୁ ସୌମ୍ୟ ପ୍ରକାଶ ବିଶ୍ୱାଳ ଙ୍କୁ ସକାଳୁ ତାଙ୍କ ବାସଭବନ ରୁ ପୋଲିସ ଉଠାଇ ଆଣି ପଚରାଉଚରା କରିବା ପରେ ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।ତେବେ ଜାମିନ ନାମଞ୍ଜୁର ହେବାରୁ ସୌମ୍ୟ ଙ୍କୁ ରଗଡି କାରାଗାର କୁ ପଠା ଯାଇଛି ।ପୂର୍ବରୁ ମଧ୍ୟ ସୌମ୍ୟ ଙ୍କ ବିରୁଦ୍ଧରେ ଧର୍ମଶାଳା ଥାନାରେ ମାମଲା ରହିଥିଲେ ବି ପୋଲିସ ଚୁପ ବସିଥିଲା।