ବିଜେଡି ଛାଡିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ

0

ଭୁବନେଶ୍ୱର: ବିଜେଡି ଛାଡିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ସେ ଗତକାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ କହିଛନ୍ତି ମୋ ପ୍ରତି ଦଳରେ ହୋଇଛି ଅବିଚାର ।ତଥାପି ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।
ସୂଚନା ଅନୁଯାୟୀ,ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କୁ ପ୍ରାର୍ଥୀ ଭାବେ ଘୋଷଣା ପରେ ହିନ୍ଦୋଳ ରାଜନୀତି ବେଶ ସରଗରମ ହୋଇଉଠିଛି । ଏପରିକି ବିଧାୟିକା ସୀମାରଣୀ ନାୟକଙ୍କ ଟିମେଟ କାଟି ମହେଶ ସାହୁଙ୍କୁ ବିଜେଡି ପ୍ରାର୍ଥି କରିବା ନେଇ ସୀମାରାଣୀଙ୍କ ସମର୍ଥକ ମହଲରେ ପ୍ରତିକ୍ରିୟାଶୀଳ ହୋଇଛଠିଛନ୍ତି । ଗୋଟେ ପଟରେ ସୀମରଣୀ ବିଜେଡି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫର ଦେଇଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଗତ ୧୦ ବର୍ଷ ହେଲା ହିନ୍ଦୋଳବାସୀଙ୍କ ସେବା କରିଥିବାରୁ ନିଜକୁ କୃତଜ୍ଞତା ଜଣାଇଛନ୍ତି ।