ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ୪ ଟି ବିଧାନସଭା କ୍ଷେତ୍ର ପାଇଁ ଜଗତସିଂହପୁର ସଦର ସ୍ଥିତ ଏସଭିଏମ କଲେଜ ପରିସରରେ ଭୋଟ ଗଣତି ହେଉଛି। ଅଳ୍ପ ସମୟ ବିଳମ୍ବରେ ସକାଳ ୮ ଟା ୩୦ ମିନିଟରୁ ଗଣତି ଆରମ୍ବ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟ ପେପରର ଗଣତି ଆରମ୍ବ ହୋଇ ପରେ ଷ୍ଟ୍ରଙ୍ଗରୁମ ସିଲ ଖୋଲାଯାଇ ଇଭିଏମ୍ ମେସିନ ଆସି ଗଣତି ଆରମ୍ବ ହୋଇଛି । କଡା ସୁରକ୍ଷା ମଧ୍ୟରେ ଏସବୁ କାର୍ଯ୍ୟ କାରାଯାଉଥିବାର ଦେଖିବାକୁ ମିଳିଛି । ଜିଲ୍ଲାପାଳ ଓ କାଉଁଟିଙ୍ଗ ପର୍ଯ୍ୟବେକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଣତି କାର୍ୟ୍ୟ ଚାଲୁ ରହିଛି ।
ଜଗତସିଂହପୁର ଜିଲ୍ଲା ତୀର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଦ୍ଵିତୀୟ ରାଉଣ୍ଡ ରେ
୧-ବିଜେଡି(ରମାକାନ୍ତ ଭୋଇ)-୯୭୯୭
୨-ବିଜେପି(ରାଜକିଶୋର ବେହେରା)-୬୦୭୫
୩-କଂଗ୍ରେସ (ହିମାଂଶୁ ମଲ୍ଲିକ)-୩୭୨୮ ରହିଥିବା ବେଳେ ବିଜେଡିର ରମାକାନ୍ତ ଭୋଇ ୩୭୨୩ ଭୋଟରେ ଆଗୁଆ ରହିଛନ୍ତି । ସେହିପରି ଜଗତସିଂହପୁର ଜିଲ୍ଲା ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରଥମ ରାଉଣ୍ଡ ରେ
୧-ବିଜେଡି(ପ୍ରଶାନ୍ତ କୁମାର ମୁଦୁଲି)-୩୪୮୪
୨-ବିଜେପି(ଅମରେନ୍ଦ୍ର ଦାସ)-୫୦୧୧
୩-କଂଗ୍ରେସ (ପ୍ରତିମା ମଲ୍ଲୀକ)-୧୭୧ ରହିଥିବା ବେଳେ ବିଜେପିର ବିଧାୟକ ପାର୍ଥି ଅମରେନ୍ଦ୍ର ଦାସ ୧୫୨୭ ଭୋଟରେ ଆଗୁଆ ରହିଛନ୍ତି ।