ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟି ସଦସ୍ୟ ଓ ସଭାପତି ପଦବୀରୁ ବିଦା ହେଲେ ବିଜେଡି ନେତା ଟି.ପ୍ରସାଦରାଓ ଦୋରା । ଏନେଇ ଓଡ଼ିଶା ସମବାୟ ବ୍ୟାଙ୍କ ନିଦେ୍ର୍ଦଶକଙ୍କ ପକ୍ଷରୁ ଏକ ନିଦେ୍ର୍ଦଶନାମା ଜାରି ରହିଛି । ଏଥିସହିତ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟିର ସଦସ୍ୟତା ଓ ପରିଚାଳନା କମିଟିର ସଭାପତି ପଦବୀକୁ ତତ୍କାଳ ପ୍ରଭାବରୁ ରଦ୍ଦ ଘୋଷଣା କରାଯାଇଛି । ତାଙ୍କ ବିରୋଧରେ ଅର୍ଥ ତୋଷାରପ ଅଭିଯୋଗ ମିଳିସାରିଥିବରୁ ତାଙ୍କୁ ନିଲମ୍ବନ କରାଯାଇଛି ।
ରାଜ୍ୟ ସମବାୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦୋରାଙ୍କ ବିରୋଧରେ ଅର୍ଥ ତୋଷାରପାତ ଅଭିଯୋଗର ପ୍ରମାଣ ମିଳି ସାରିଥିବାରୁ ସମ୍ପୃକ୍ତ ଅର୍ଥକୁ ତାଙ୍କଠୁ ଆଦାୟ ନିମନ୍ତେ ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଆବଶ୍ୟକ ପଡ଼ିଲେ ଏହି ଅର୍ଥ ତୋଷାରପାତ ଘଟଣାର ତଦନ୍ତ ପାଇଁ ଭିଜିଲାନ୍ସ ବିଭାଗକୁ ସୁପାରିସ କରାଯିବ ।
ଯେହେତୁ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ବୋର୍ଡକୁ ନିଲମ୍ବନ ସହ ଦୋରାଙ୍କୁ ଅଯୋଗ୍ୟ ଘୋଷଣା କରି ପଦବୀରୁ ହଟାଯାଇଛି, ତେଣୁ ‘ଆପେକ୍ସ ବ୍ୟାଙ୍କ ସଭାପତି’ ପଦ ପାଇଁ ଆଉଥରେ ନିର୍ବାଚନ ହେବାର ସମ୍ଭାବନା ରହିଛି । ଏନେଇ ସରକାରଙ୍କ ସବୁଜ ସଙ୍କେତ ମିଳିବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ।