‘ଓଡ଼ିଆ ଅସ୍ମିତା’ ପାଇଁ ବିଜେଡି ହାରିଲା

0

ଭୁବନେଶ୍ୱର-: ବିଜେଡି ଭିତରେ ଏବେ ପୂରା ଗୋଳମାଳିଆ ସ୍ଥିତି । ୱାକଫ୍ ବିଲକୁ ନେଇ ସସ୍ମିତଙ୍କ ସମର୍ଥନ ପରେ ଦଳରେ କମ୍ପନ ସୃଷ୍ଟି ହୋଇଛି । ଯୁବ ନେତା ଓ ବରିଷ୍ଠ ନେତାମାନେ ଅଲଗା ଅଲଗା ଭାବେ ବୈଠକ କରିବା ନେଇ ଚର୍ଚ୍ଚା ହେଉଥିବାବେଳେ ମୁହଁ ଖୋଲିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ । ବିଜେଡିର ପରାଜୟ ନେଇ ସୋସିଆଲ୍‌ ମିଡିଆରେ ଦେବାଶିଷ ପ୍ରତିକ୍ରିୟା ଦେଇ କହିଛନ୍ତି  । ‘ଓଡ଼ିଆ ଅସ୍ମିତା’ ପାଇଁ ବିଜେଡି ହାରିଲା । ଆମେ ଜଗନ୍ନାଥ ପ୍ରଦେଶର ଲୋକ, ଅସ୍ମିତା ରକ୍ଷା ଆମର ମୂଳ ଲକ୍ଷ୍ୟ ହେବା ଦରକାର । ତେବେ ବିଜେଡିରେ ଯୋଗଦେଇ ପଦ ପାଇଥିବା କିଛି ନୂତନ ନେତାଙ୍କୁ କଟାକ୍ଷ କରିଛନ୍ତି ସେମାନେ ନା ଏ ଦଳର ଇତିହାସ ଜାଣିଛନ୍ତି, ନା ନବୀନ ବାବୁଙ୍କ, ନା ବିଜୁ ବାବୁଙ୍କ ଆଦର୍ଶ ଜାଣିଛନ୍ତି । ସେମାନେ ଆଉ କାହାର ଇଶାରାରେ ପରିଚାଳିତ । ସ୍ବାଭିମାନ ନଥିବା ସ୍ବାର୍ଥବାଦୀଙ୍କ ସମ୍ପର୍କରେ ଏତିକି କୁହାଯାଇପାରେ । ନା ସେମାନେ ଦଳର ନା ଓଡ଼ିଶାର, ନା ନବୀନ ପଟ୍ଟନାୟକଙ୍କର ।

ଅନ୍ୟପକ୍ଷରେ କିଛିଦିନ ତଳେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଦେବାଶିଷଙ୍କ ଉପରେ ମଧ୍ୟ ବର୍ଷିଥିଲେ। ସେ କହିଛନ୍ତି, ଓ୍ବାକଆଉଟ୍‌ ଅର୍ଥ ଦେବାଶିଷ ବାବୁ ଭାଜପାକୁ ସମର୍ଥନ କରିଛନ୍ତି। ଗୋଟିଏ ଭୋଟ୍‌ କମିଲା ଅର୍ଥ ସେମାନଙ୍କ ଓ୍ବେଟେଜ୍‌ ବଢ଼ିଲା। ବାରବାଟୀ କଟକ ଲୋକେ ତାଙ୍କ ନିଷ୍ପତ୍ତିରେ ଦୁଃଖିତ। ଯଦି ବାରବାଟୀ ଲୋକଙ୍କ ସହ ଭାବାବେଗ ଥାଆନ୍ତା ସେ ନିଶ୍ଚିତ ବିରୋଧ କରିଥାନ୍ତେ। ନିଜକୁ ବଞ୍ଚାଇବା ପାଇଁ ବିରୋଧ ନ କରି ଓ୍ବାକ୍‌ଆଉଟ୍‌ କରିଛନ୍ତି। ସେ ଭାଜପା ସହ ୧୦୦% ଡିଲ କରିଛନ୍ତି। ୨୪ ବର୍ଷର ସ୍କାମ ଧୋଇବାକୁ ସବୁକ୍ଷେତ୍ରରେ ସମର୍ଥନ କରିଛନ୍ତି। ଯାହାଦ୍ୱାରା ସେ କଟକର ମୁସଲମାନଙ୍କ ସହ ଲୋକଙ୍କ ସହ ପ୍ରତାରଣା କରିଛନ୍ତି ବୋଲି ସୋଫିଆ ସିଧାସିଧା କହିଥିଲେ।

ତେବେ ୱାକଫ୍ ବିଲକୁ ନେଇ ବିଜେଡିରେ କନ୍ଦଳ ଚାଲିଥିବା ବେଳେ ଏକାଠି ହେଲେ ବରିଷ୍ଠ ନେତା । ଭୁବନେଶ୍ବର ପଟିଆ ସ୍ଥିତ କ୍ରିଷ୍ଟାଲ କ୍ରାଉନ୍‌ ହୋଟେଲରେ ହୋଇଥିଲା ମେଳି । ବୈଠକରେ ଶଶୀଭୂଷଣ ବେହେରା, ଅଶୋକ ପଣ୍ଡା, ଚନ୍ଦ୍ର ସାରଥୀ ବେହେରା, ଅନଙ୍ଗ ଉଦୟ ସିଂଦେଓ, ପ୍ରଫୁଲ୍ଲ ମଲ୍ଲିକ, ନୃସିଂହ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ବୈଠକ ଚାଲିଥିବା ବେଳେ ହୋଟେଲ ଭିତରକୁ ବାହାର ଲୋକଙ୍କୁ ବାରଣ କରାଯାଇଥିଲା । ତେବେ ବୈଠକ ପରେ ବଡ଼ ବୟାନ ରଖିଛନ୍ତି ବରିଷ୍ଠ ନେତା । ନବୀନଙ୍କୁ ଦୁର୍ବଳ କରିବାକୁ ଚେଷ୍ଟା କଲେ ଛଡ଼ାଯିବନି ବୋଲି କହିଛନ୍ତି ଶଶିଭୂଷଣ ବେହେରା ।