ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉତ୍ତରରେ ଆପତ୍ତି ଉଠାଇଲେ ବିଜେଡି ବିଧାୟକ କଳିକେଶ ସିଂହଦେଓ l ମହାମାରୀରେ କଣ କରିବେ, କହିଲେନି ମନ୍ତ୍ରୀ l ଭେକ୍ଟର ବର୍ଣ୍ଣ ରୋଗଙ୍କ ଭିତରେ ଓଡ଼ିଶା ତୃତୀୟ ନମ୍ବରରେ ଅଛି l ମ୍ୟାଲେରିଆ ବଲାଙ୍ଗୀରରେ ହେଉଛି, ହେଲେ ମନ୍ତ୍ରୀ ନିଜ ବଲାଙ୍ଗୀର ଜିଲ୍ଲା କଥା କହିଲେ ନାହିଁ l ମୋତେ ଓ ମୋ ବାପାଙ୍କୁ ମ୍ୟାଲେରିଆ ହୋଇଥିଲା, ଏହାକୁ ନେଇ ରାଜନୀତି କରିବା ନାହିଁ l 2020 ରେ କୋଭିଡ ଆସିଲା, ପ୍ରସ୍ତୁତି ନଥିଲା, ଦେଶରେ ଲକ୍ଷ ଲକ୍ଷ ଲୋକ ମଲେ l ଆମ ବ୍ୟବସ୍ଥା ପ୍ରସ୍ତୁତ କି ମହାମାରୀ ଚି଼ହ୍ନଟ କରିବାକୁ? କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ଦେହାନ୍ତ ଵି ହୋଇଛି l କେତେ ପରିମାଣରେ ସଚେତନତା କରାଯାଉଛି, ଉତ୍ତର ଦେଵେ କି?
କ୍ରସ ସେକ୍ସନ କଂଭରଜେନ୍ସ ହେଉଛି l ସହରରେ ମଶା ବଢୁଛି l ଗତ ତିନି ମାସରେ କଣ ମିଳିତ ପଦକ୍ଷେପ ନେଇଛନ୍ତି ସ୍ୱାସ୍ଥ୍ୟ ଓ ନଗର ଉନ୍ନୟନ ବିଭାଗ? ବାର୍ଡ ଫ୍ଲୁରେ H5N1 ଷ୍ଟ୍ରେନ ବାହାରୁ ଓଡ଼ିଶାକୁ ଆସେ l ଚିଲିକାକୁ ସର୍ବାଧିକ ପକ୍ଷୀ ଆସନ୍ତି, ସେମାନଙ୍କ ପାଇଁ ସର୍ଭେଲାନ୍ସ ଅଛି କି? ଜିଲ୍ଲା ସ୍ତରୀୟ ମେଡକାଲ କଥା କହୁଛନ୍ତି l ହେଲେ diagnostics କେଉଁଠି ଦରକାର? ମାତ୍ର ଗୋଟେ ଡାକ୍ତର KBK କୁ ଦେଇଛନ୍ତି l ସେମାନେ ଗାଁ ଗାଁ ବୁଲୁଛନ୍ତି, କେମିତି ସର୍ଭେଲାନ୍ସ କରିବେ? ମଙ୍କି ପକ୍ସ ଆସିବାର ଆଶଙ୍କା ଅଛି, କଣ କରାଯିବ ନା ଲକଦଉନ ହେବ?