ବସିବ ବିଜେଡି ବିଧାୟକ ଦଳ ବୈଠକ : ଆଲୋଚନା ହେବ ଦଳୀୟ ନିର୍ବାଚନ କଥା

0

ବ୍ୟୁରୋ : ଆସନ୍ତା ୧୨ ତାରିଖରେ  ବିଜେଡି ବିଧାୟକ ଦଳ ବୈଠକ ବସିବ । ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ୧୨ ତାରିଖ ଦିନ ସଂଧ୍ୟା ୫ଟାରେ ଶଙ୍ଖ ଭବନରେଏହି  ବୈଠକ ବସିବାକୁ ଥିବାବେଳେ ବିଧାନସଭା ପାଇଁ ରଣନୀତି ପ୍ରସ୍ତୁତ କରାଯିବ ।

ସେପଟେ ଆଜି ଆରମ୍ଭ ହୋଇଛି ବିଜେଡି ସମନ୍ୱୟ କମିଟି ବୈଠକ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଅନ୍ୟ କମିଟି ବି ବୈଠକରେ ଥିଲେ।  ସମନ୍ୱୟ କମିଟିର ୧୩ ସଦସ୍ୟ ଥିଲେ। ବାକି ଭରଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ । ବୈଠକରେ ବିଜେଡି ନିର୍ବାଚନ ସମ୍ପର୍କରେ ଆଲୋଚନା ହୋଇଛି । ସେଥିପାଇଁ SRO ପ୍ରତାପ ଦେବ ଆସିଥିଲେ। ସେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ଠିକ ଭାବେ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ମଣ୍ଡଳୀ ନେତା ଓ ଜିଲ୍ଲା ନେତାଙ୍କ ସହ ଆଲୋଚନା କରି କାମ ଆରମ୍ଭ କାର୍ଯ୍ୟକ୍ରମ ହୋଇଛି। ଫେବୃଆରୀ ପ୍ରଥମ ସପ୍ତାହରେ DRO ନିଯୁକ୍ତି ହେବେ। ତା ପରେ ARO ନିଯୁକ୍ତି ପାଇଵେ। ନିର୍ବାଚନ ପ୍ରକ୍ରିୟା ଓଡ଼ିଆ ନବ ବର୍ଷ ପୂର୍ବରୁ ସରିବ। ଏଥିରେ କାର୍ଯ୍ୟକାରିଣୀ କମିଟି ସଦସ୍ୟ, ଷ୍ଟେଟ କାଉନସିଲ ସଦସ୍ୟ ବି ଏହି ସମୟରେ ନିର୍ବାଚିତ ହେବେ।  ଏହା ସହ ଦଳୀୟ ସଭାପତି ନିର୍ବାଚନ ହେବେ। ବରିଷ୍ଠ ଓ ଯୁବଙ୍କ ସମନ୍ୱୟରେ କାର୍ଯ୍ୟକ୍ରମ ହେବ। ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଓ ଆସନ୍ତା ବିଜୁ ଜୟନ୍ତୀ ପାଳନ ନେଇ ଆଲୋଚନା । ଏଥି ସହ ଆଗକୁ ହେବାକୁ ଥିବା ସାଙ୍ଗଠନିକ ନିର୍ବାଚନ ନେଇ ବି ଖସଡ଼ା ପ୍ରସ୍ତୁତ ହେଉଛି।