ଦେବଗଡ ନଗରପାଳିକାର ବିଜେଡି ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇଙ୍କୁ ପଦବୀରୁ ବହିଷ୍କୃତ

0

ଭୁବନେଶ୍ୱର; ପୌରଧ୍ୟକ୍ଷାଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଛି । ଦେବଗଡ ନଗରପାଳିକର ବିଜେଡି ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇଙ୍କୁ ପଦବୀରୁ ବହିଷ୍କୃତ କରାଯାଇଛି । ଓଡିଶା ମ୍ୟୁନିସିପାଲ ଆକ୍ଟ-୧୯୫୦ । ଧାରା ୫୩ ଅନୁଯାଇ ,ପଦବୀରୁ ବହିଷ୍କୃତ କରାଯାଇଛି ।ମୁନିସିପାଲ ଆକ୍ଟଗୁଡିକୁ ଅବମାନନା କରୁଥିବା ଅଭିଯୋଗରେ ଶ୍ରୀମତୀ ଶାନ୍ତିମଞ୍ଜରୀ ଦେଇଙ୍କୁ ସରକାର ଗତ ନଭେମ୍ବର ମାସ ୧୧ତାରିଖ ଦିନ କାରଣ ଦର୍ଶାଇବା ପାଇଁ ନୋଟିସ ଜାରି କରିଥିଲେ । ଚେୟାରମ୍ୟାନ ଏହି ନୋଟିସକୁ ହାଇକୋଟରେ ଚେଲେଞ୍ଜ କରିଥିଲେ । ମାନ୍ୟବର ହାଇକୋଟ ଗତ ଡିସେମ୍ବର ୧୧ତାରିଖ ଦିନ ତାଙ୍କ ଆବେଦନକୁ ଖାରୋଜ କରିଦେଇ ଥିଲେ ଓ ୭ଦିନ ମଧ୍ୟରେ ନିଜ ଜବାବ ଦାଖଲ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ତତଅନୁଯାଇ, ଚେୟାରମ୍ୟାନ ଡ଼ିସେମ୍ବର ୧୭ତାରିଖ ଦିନ ତାଙ୍କ ଉତ୍ତର ରଖିଥିଲେ । ଏହାପରେ ମଧ୍ୟ “ନାଚୁରାଲ ଜଷ୍ଟିସ” ଦୃଷ୍ଟିରୁ ଗତ ତା ୨୨.୦୧.୨୫ରିଖ ଦିନ ମାନ୍ୟବର ଗୃହ ଓ ନଗରଉନୟନ ବିଭାଗ ମନ୍ତ୍ରୀଙ୍କ ଅଦାଲତରେ ଚେୟାରମ୍ୟାନଙ୍କୁ ଶୁଣାଣି ପାଇଁ ସୁଯୋଗ ଦିଆଯାଇଥିଲା ।