ମହିଳା ଆଇଆଇସିଙ୍କୁ ଜୟନାରାୟଣଙ୍କ ଆକ୍ରମଣ ଘଟଣାରେ ଦୃଢ ନିନ୍ଦା କଲେ  ବିଜେଡି ସାଂଗଠନିକ ସଂପାଦକ

0

ଭୁବନେଶ୍ୱର: ଜୟନାରାୟଣ ମିଶ୍ରଙ୍କ ସମ୍ବଲପୁର ମହିଳା ଆଇଆଇସିଙ୍କୁ  ଅଶାଳୀନ ବ୍ୟବହାର ଓ ବର୍ବରୋଚିତ ଶାରୀରିକ ଆକ୍ରମଣକୁ ସାରା ରାଜ୍ୟ ନିନ୍ଦା କରୁଥିବା ବେଳେ ତାଙ୍କୁ ଦଳରୁ ବହିସ୍କୃତ କରିବା ପାଇଁ ଦାବି ଉଠିଛି | ନାରୀ ସୁରକ୍ଷା ଓ ସଶକ୍ତିକରଣ ନେଇ ଓଡ଼ିଶା ବିଜେପି ଡିଣ୍ଡିମ ପିଟୁଥିବାବେଳେ ବିରୋଧୀ ଦଳ ନେତା ନାରୀଙ୍କ ପ୍ରତି ଏପରି ସମ୍ମାନ ଦେଉଛନ୍ତି । ଏଭଳି କଥା କେବଳ କୁହାଳିଆ ଭାବରେ କାର୍ଯ୍ୟ କରୁଛନ୍ତି ବୋଲି ଅନେକ ମତ ଦେଉଛନ୍ତି | ସେପଟେ ଏନେଇ ଦୃଢ ନିନ୍ଦା  କରିଛନ୍ତି  ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ସେ ଏକ ଟୁଇଟ ମାଧ୍ୟମରେ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରି କହିଛନ୍ତି, ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ବିରୋଧୀ ଦଳ ନେତା ବର୍ବରୋଚିତ ଶାରୀରିକ ଆକ୍ରମଣ କରିଛନ୍ତି । ଆପଣ ନିଶ୍ଚିତ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଆଶା କରୁଛୁ ।ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ଆକ୍ରମଣ ଅତ୍ୟନ୍ତ ଲଜ୍ଜାଜନକ । ଓଡ଼ିଶାବାସୀ ଏହାକୁ କଦାପି ଗ୍ରହଣ କରିବେନି । ଏଭଳି ଆଚରଣ ହେଉଛି ଓଡ଼ିଶା ବିଜେପିର ଅସଲ ଚେହେରା ।