ଭୁବନେଶ୍ୱର:ଧର୍ମେନ୍ଦ୍ରଙ୍କ ଟୁଇଟର ଜବାବ ରଖିଲା ବିଜେଡି । ଦଳର ଉପ ସଭାପତି ଦେବୀ ମିଶ୍ର କହିଛନ୍ତି ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳା ନେଇ ପୂର୍ବରୁ କହି ସାରିଛନ୍ତି । ନିଜ କଥାକୁ ନିଜେ ଦର୍ପଣରେ ଦେଖିବାର ଆବଶ୍ୟକତା ରହିଛି । ଅନ୍ୟ ବିଜେପି ଶାସିତ ରାଜ୍ୟରେ ଆଇନଶୃଙ୍ଖଳା କଣ ଅଛି । ହାତରସ ହେଉ କି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ କୃଷକଙ୍କୁ ଗଣ ହତ୍ୟା କରିବା ହେଉ ସେଗୁଡିକ କେଉଁ ଶୃଙ୍ଖଳା । କେଉଁ ଆଇନରେ ଲେଖା ହୋଇଛି । ତେଣୁ କେବଳ କହିବା ଛଳରେ କହିଲେ ହେବ ନାହିଁ ତାକୁ କେମିତି ସୁଧାର ଆସିବ ସେ ନେଇ ଗଠନ ପରାମର୍ଶ ଦେଲେ ଭଲହେବ ।