ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେଡି,ଯେତବେଳେ ଭଲ କଥା କହିବାକୁ ପଡିବ ଆପଣଙ୍କୁ ଭାରି ବାଧିବ

0

ଭୁବନେଶ୍ୱର:ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେଡି । ଆମେ ମର୍ମାହତ ଆମ ଗହଣରେ ନବ ଦାସ ନାହାନ୍ତି । ନବ ଦାସଙ୍କ ନେତୃତ୍ୱ ଗ୍ରହଣୀୟ ନେତୃତ୍ବ. । ସାରା ଦେଶରେ ଓଡ଼ିଶା କୋଭିଡ ବିରୋଧ ରେ ଯେଉଁ ସଂଗ୍ରାମ କଲା ସେ ସଂଗ୍ରାମରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଉଁ ବ୍ୟାପକ କାମ ହେଇଛି ସ୍ବର୍ଗତ ନବଦାସ ସେତବେଳେ କରିଥିଲେ ।  ଯେଉଁଥିପାଇଁ ଓଡ଼ିଶା ସୁର୍ନାମ ଅର୍ଜନ କଲା । ବିଜେପି ଆଜି  ଅନେକ ନାଟକ କରୁଛି ସେ ପଦୁଟିଏ ଷ୍ଟେଟମେଣ୍ଟ ସେତବେଳେ ଦେଇଥିଲେ କି । ପଦୁଟିଏ କହିଥିଲେ କି ଯେ ଯେଉଁ ଲଢେଇ ହେଲା ଓଡ଼ିଶାରେ ଏବଂ ଯେଉଁ ଲଢେଇ କୋଭିଡ ବିରୋଧ ରେ ସ୍ବର୍ଗତ ନବ ଦାସ କର୍ଣ୍ଣ ଧାର ସାଜିକି କରିଥିଲେ ତା ଉପରେ ପଦୁଟିଏ କହିଲେନି । ପଦୁଟିଏ ସାଧୁବାଦ ଆମେ ଦେଖିଲେଣି ବିଜେପି ତରଫରୁଏଟା କଣ ବିଜେପି ର ପଲିଟିକାଲ ସଂସ୍କୃତି । ଆପଣ ଅନେକ ସମୟ ରେ କୃଷସାଥଠନା କରିପାରିବେ । ଯେତବେଳେ ଭଲ କଥା କହିବାକୁ ପଡିବ ଆପଣଙ୍କୁ ଭାରି ବାଧିବ ।  ପୃଥ୍ୱୀରାଜ ହରିଚନ୍ଦନ ଯେଉଁ ମନ୍ତବ୍ୟ ଦେଇଛନ୍ତି ଭୁବନେଶ୍ୱର ରୁ ତ ୱାର୍ଡ ମେମ୍ବର ଟେ ହେଇପାରିଲେ ନାହିଁ । ସେଥିପାଇଁ ସେ ହତାଶ ଆଉ ନିରାଶ ବିଚଳିତ ମଧ୍ୟ । ଯେଉଁଥିପାଇଁ ଏ ଯେଉଁ ଷ୍ଟେଟମେଣ୍ଟ ଦେଉଛନ୍ତି ଏହା କେବେ ସୁସ୍ଥ ମାନସିକତା ର ପରିଚୟ ନୁହଁ । ଗୋଟେ ଘଟଣା ଘଟିଛି ଆମେ ସମସ୍ତେ ମ୍ରିୟମାଣ ତାକୁ ନେଇ ଆପଣ ରାଜନୈତିକ ଫାଇଦା ନେବା ପାଇଁ ଏତେ ବ୍ୟାକୁଳ । କିନ୍ତୁ ଯିଏ ଏତେ ବେଶୀ ବ୍ୟାକୁଳ ସିଏ ଭୁବନେଶ୍ୱର ରୁ ୱାର୍ଡ ମେମ୍ବର ଜିତିବା ପାଇଁ ସକ୍ଷମ ହେଇନାହାନ୍ତି । ଯେହେତୁ ତାଙ୍କର ପିତା ମାନନୀୟ ରାଜ୍ୟପାଳ ଅଛନ୍ତି ସେଥିପାଇଁ ମାନନୀୟ ସାଧାରଣ ସମ୍ପାଦକ ନିଜର ପଲିଟିକାଲ ପତିଆରା ଦେଖାଉଛନ୍ତି । ଏ ଯେଉଁ ଷ୍ଟେଟମେଣ୍ଟ ବାଉଳାଇ ଚାଉଳାଇ ଦେଉଛନ୍ତି ନିଜକୁ ନିଜେ ଉପାଦାୟ ବୋଲି ଲୋକଙ୍କ ପାଖରେ ଦେଖାଇବା ପାଇଁ ଗୋଟେ ଉଦ୍ୟମ ମାତ୍ର । ସେ ଲୋକ ଥରେ ଭାବିବା ଦରକାର ତାଙ୍କ ଦଳର ସଂସ୍କୃତି କଣ ସଂସ୍କାର କଣ । ଯେଉଁ ଘଟଣା ପରେ କ୍ରାଇମବ୍ରାଞ୍ଚ ତାରା ତଦନ୍ତ କରୁଛି ଏବଂ ସେ ତଦନ୍ତ କୁ ଓଡିଶା ହାଇକୋର୍ଟ ଡାଇରେକ୍ଟ ମନିଟର କରୁଛନ୍ତି ଆପଣଙ୍କୁ ଏତେ ବ୍ୟତିବ୍ୟସ୍ତ, ଆପଣଙ୍କୁ ଏତେ କଷ୍ଟ ହେଉଛି । ରାଜନୈତିକ ଫୋର୍ସ ଉପରେ ବିଶ୍ୱାସ ନା ଏଷ୍ଟାବ୍ଲିସମେଣ୍ଟ ଉପରେ ବିଶ୍ୱାସ ନା ଜୁଡ଼ିସିଆରି । ନ୍ୟାୟପାଳିକା ଉପରେ ଭରସା ରଖନ୍ତୁ । ଏଯେଉଁ ନେତା ଜଣଙ୍କ କହିଛନ୍ତି ନିଜକୁ ନିଜେ ପରିଚୟ ଦେବା ଲାଗି ଚେଷ୍ଟା କରୁଛନ୍ତି ବୋଲି କହିଲା ବିଜେଡି । ଏଥିସହ ବିଜେପି କୁ ପ୍ରଶ୍ନ କଲେ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ବିଜେପି ଦଳ ହିସାବ ରେ ତଦନ୍ତ କୁ ଏତେ ଭୟଭୀତ କାହିଁକି ଅଛି । ଏତେ ଡରୁଛନ୍ତି କାହିଁକି । କିଛି ଅଲଗା ଜିନିଷ ଅଛି କି । ଦୋଷୀ କୁ ଧରିବା ପାଇଁ ବିଜେପି କାହିଁକି ବ୍ୟସ୍ତ । ଓଡ଼ିଶା ଲୋକ ଜାଣିଛନ୍ତି ଏହା ପଛରେ ଯିଏ ଥାଉ ପଦାକୁ ଆସିବ । ବିଜେପି ର ମନକୁ ଛନକା ପଶୁଛିବ ସମୟ କହିବ ବିଜେପି ର ଏ ଭୟ କାହିଁକି ।