ଭୁବନେଶ୍ୱର: ପ୍ରେସମିଟ କରି କେନ୍ଦ୍ର ରେଳ ବିଭାଗ ଉପରେ ବର୍ଷିଲା ବିଜେଡି। ପ୍ରତିଶ୍ରୁତି ଓ ଘୋଷଣା ନାମରେ କେବଳ ଧୂଆଁବାଣ ମାରନ୍ତି କେନ୍ଦ୍ରରେ ଥିବା ବିଜେପି ସରକାର। ଗତକାଲି କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କଟକ ରେଳବାଇ ଷ୍ଟେସନକୁ ବିଶ୍ଵ ସ୍ତରୀୟ ରେଳ ଷ୍ଟେସନ ଲାଗି ୩୦୩କୋଟି ଘୋଷଣା କରିବା ହେଲା ହାସ୍ୟାସ୍ପଦ ଘଟଣା।
ଭୁବନେଶ୍ବର ରେଳବାଇ ଷ୍ଟେସନକୁ ବିଶ୍ଵ ସ୍ତରୀୟ ଷ୍ଟେସନ ପାଇଁ ପ୍ରତିଶ୍ରୁତ ଦେଇଥିଲେ। ଏବେ ଭୁବନେଶ୍ୱର ରେଳବାଇ ଷ୍ଟେସନର ଅବସ୍ଥା କିପରି ରହିଛି। ପାରାଦୀପ ହରିଦାସ ପୂର ରେଲାଲାଇନ ରେ କେବଳ ମାଲବାହୀ ଟ୍ରେନ ଚାଲିଛି। ହେଲେ ପାସେଞ୍ଜର ଟ୍ରେନ ବି ଗୋଟିଏ ଚାଲି ପାରିନି। ଓଡିଶା ରୁ ରାଜସ୍ବ ଯାହା ଆଦାୟ ହେଉଛି ତାର ରାଜ୍ୟର ଭାଗ କେନ୍ଦ୍ର ସରକାର ଦେଉନି। ନିର୍ବାଚନ ଆସିଲେ ବିଜେପି ନେତା ମାନେ ଆସି ଏମିତି ପ୍ରତିଶୃତି ଦେଇ ଯାଆନ୍ତି ବୋଲି ଆଜି ସାମ୍ବାଦିକ ସମ୍ମିଳନୀ ରେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବିଧାୟକ ସୌଭିକ ବିଶ୍ଵାଳ ଏବଂ ମୁଖପାତ୍ର ସ୍ଵୟଂ ମହାପାତ୍ର ଜବାବ ରଖିଛନ୍ତି।