ଆଶାୟୀ ଅନେକ କିନ୍ତୁ ପ୍ରାର୍ଥୀ ହେବେ ଜଣେ : ଅରୁଣ

0

( ଭୁବନେଶ୍ୱର / ରିପୋର୍ଟସଟୁଡେ): ରାଜ୍ୟରେ ଗ୍ରୀଷ୍ମ ତାତି ଯେତିକି ବଢ଼ୁଛି ରାଜନୀତି ପାଣିପାଗ ମଧ୍ୟ ସେତିକି ସରଗରମ ହେଉଛି । ସବୁ ଦଳରେ ଦଳ ଛାଡ଼ିବା ଓ ଅନ୍ୟ ଦଳରେ ମିଶିବା ପର୍ବ ଚାଲିଛି । ସେପଟେ ଟିକେଟ୍‌ ପାଇଁ ଆଶାୟୀ ଥିବା ବ୍ୟକ୍ତି ଟିକେଟ୍‌ ନ ପାଇ ନିଜର କ୍ରୋଧ ସମ୍ଭାଳି ପାରୁ ନାହାଁନ୍ତି । ବିଶେଷ କରି ବିଜେଡ଼ି ପ୍ରାର୍ଥୀ ତାଲିକାରେ ବର୍ତ୍ତମାନର ବିଧାୟକ ଓ ସାଂସଦଙ୍କ ନାଁ ନାହିଁ । ଯେଉଁଥି ପାଇଁ କିଛି ନେତା ଦଳ ଛାଡ଼ି ସାରିଲେଣି । ଏହି ପରିପ୍ରେକ୍ଷୀରେ ଦଳୀୟ ମୁଖପାତ୍ର ଅରୁଣ ସାହୁ କହିଛନ୍ତି ଯେ ବହୁ ବିଚାରବିମର୍ଶ ପରେ ପ୍ରାର୍ଥୀ ଘୋଷଣା ହୋଇଛି । ସମସ୍ତ କଥାକୁ ସମାଧାନ କରିବା ପ୍ରକ୍ରିୟା ଚାଲିଛି ।

ବିଜେଡ଼ି ହେଉଛି ଓଡ଼ିଶାର ସର୍ବବୃହତ ଦଳ । ଏହା ଓଡ଼ିଶାର ଜାତୀୟ ଦଳ ମଧ୍ୟ । ତେଣୁ ବିଜେଡ଼ି ପ୍ରାର୍ଥୀ ଭାବେ ଲଢ଼ିବାକୁ ବହୁ ଲୋକ ଆଶା କରିଛନ୍ତି । କିନ୍ତୁ ପ୍ରାର୍ଥୀ ଜଣେ ହେବେ ବୋଲି ଅରୁଣ ସାହୁ କହିଛନ୍ତି । ତେବେ ବହୁ ବିଚାରବିମର୍ଶ ପରେ ପ୍ରାର୍ଥୀ ଘୋଷଣା ହୋଇଛି । କାଁ ଭାଁ ଅଳ୍ପ କିଛି ଜାଗାରେ କେହି ଅସୁଖୀ ଥିବା ଖବର ଆସୁଛି । ବଡ଼ ପରିବାର କେଉଁଟି କିଛି ଅସୁଖୀ ହେବା ସ୍ୱାଭାବିକ କଥା । ସମସ୍ତ କଥାକୁ ସମାଧାନ କରିବା ପ୍ରକ୍ରିୟା ଚାଲିଛି ବୋଲି ମୁଖପାତ୍ର କହିଛନ୍ତି ।
ବିଜେଡ଼ିରେ ଚଳିତ ନିର୍ବାଚନ ପାଇଁ ଟିକେଟ୍‌ ନ ମିଳିବାରୁ ପ୍ରମୋଦ ପଟ୍ଟନାୟକ, କୁସୁମ ଟେଟେ, ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ, କେ ନାରାୟଣ ରାଓ ଓ ପୂର୍ଣ୍ଣଚନ୍ଦ୍ର ନାୟକ ଏଯାବତ୍‌ ଦଳ ଛାଡ଼ି ସାରିଛନ୍ତି ।