କାଳିଆ ଟଙ୍କା ଅଟକାଉଛନ୍ତି : ସିଇଓ

0

(ଆଦର୍ଶ ରାଉତ)ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପାତର ଅନ୍ତର କରୁଥିବା ଅଭିଯୋଗ ଆଣିଛି ବିଜେଡି । ଆଜି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କାଳିଆ ଯୋଜନାର ଆର୍ଥିକ ସହାୟତାକୁ ରୋକିଥିବା ଅଭିଯୋଗ କରିଛନ୍ତି । ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗିଥିବା ଆଳରେ କାଳିଆ ଯୋଜନାର ଆର୍ଥିକ ସହାୟତାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରୋକିଦେଇଛନ୍ତି । ବିଜେପି ଚାପରେ ନିର୍ବାଚନ ଅଧିକାରୀ କାମ କରୁଥିବା ସସ୍ମିତ କହିଛନ୍ତି । ଏପରି ପାତର ଅନ୍ତର ନୀତି ଦୁର୍ଭାଗ୍ୟ ଜନକ କହିବା ସହ ଏନେଇ ବିଜେଡି ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହେବ ବୋଲି କହିଛନ୍ତି ସସ୍ମିତ ପାତ୍ର ।
ଏହାର ପ୍ରତିଉତ୍ତରରେ ବିଜେପିର ଉପସଭାପତି ସମୀର ମହାନ୍ତି କହିଛନ୍ତି ବିଜେଡ଼ି ହେଉଛି ମିଥ୍ୟାର ସୌଦାଗର । କାଳିଆ ଯୋଜନାର ହିତାଧିକାରୀଙ୍କର ତାଲିକା ଜନସାଧାରଣଙ୍କ ନିକଟରେ ପହଞ୍ଚାନ୍ତୁ । ଜନସାଧାରଣଙ୍କ ଟିକଟ ପଇସାକୁ ନିର୍ବାଚନୀ ଖର୍ଚ୍ଚରେ ଲଗାଇ ଭୋଟ ହାତୋଉଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି ।