ଭୁବନେଶ୍ବର: ଦରଦାମ୍ ବୃଦ୍ଧିକୁ ନେଇ ଆସନ୍ତା ୬ ତାରିଖରେ ବିଜେଡି ଆନ୍ଦୋଳନ କରିବ। ରାଜ୍ୟରେ ଅତ୍ୟାବଶକୀୟ ଜିନିଷର ଦରଦାମ ଅହେତୁକ ବୃଦ୍ଧି ଯୋଗୁଁ ଗରିବ ଲୋକଙ୍କୁ ବାଧୁଛି। ଅନ୍ତର୍ଜାତୀୟ ସ୍ତରରେ ତୈଳ ଦର କମିଥିଲେ ମଧ୍ଯ ତଳ ସ୍ତରରେ ତୈଳ ଦର କମୁନାହିଁ । ଦରଦାମ ଏବେ ସାଧାରଣ ଲୋକଙ୍କ ପାଇଁ ବୋଝ ହୋଇଛି । ଏହାର ପ୍ରତିବାଦରେ ବିଜେଡି ଆସନ୍ତା ୬ତାରିଖରେ ଆନ୍ଦୋଳନ କରିବ। ଦରଦାମ୍ ବୃଦ୍ଧିକୁ ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଥିବାରୁ ବିଜେଡି ଲୋୟର ପିଏମଜିରୁ ଲୋକସଭା ଭବନ ଆଗରେ ବିକ୍ଷୋଭ କରିବ ବୋଲି ବରିଷ୍ଠ ବିଜେଡି ନେତା ପୂର୍ବତନ ବିଧାୟକ ପ୍ରତାପ ଜେନା କହିଛନ୍ତି।