ବିଜେପି ପ୍ରାର୍ଥୀଙ୍କୁ ବିଜେଡ଼ି ସମର୍ଥନ

0

(ଅନୁସ୍ୱୟା)ଭୁବନେଶ୍ୱର: ଆଜି ନୂଆଦିଲ୍ଲୀରେ ବସିଥିବା ବିଜେଡ଼ି ସଂସଦୀୟ ଦଳ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରରେ ପୁଣି ଥରେ ବିଜୁ ଜନତା ଦଳ ବିଜେପି ସହିତ ହାତ ମିଳାଇଛି । ରାଷ୍ଟ୍ରପତି ଓ ରାଜ୍ୟ ଉପାଧ୍ୟକ୍ଷ ନିର୍ବାଚନ ଭଳି ବିଜେଡ଼ି ବିଜେପି ସପକ୍ଷରେ ନିଜର ଆଭିମୁଖ୍ୟ ରହିଛି । ଏନ୍ଡିଏ ସମର୍ଥିତ ଲୋକସଭା ବାଚସ୍ପତି ପ୍ରାର୍ଥୀଙ୍କୁ ବିଜୁ ଜନତା ଦଳ ଗୃହରେ ସମର୍ଥନ କରିବ । ଏ ନେଇ ଦଳର ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଏହି ସୂଚନା ଦେଇଛନ୍ତି ।
ଲୋକସଭାରେ ବିଜେପି ରାଜସ୍ଥାନ କୋଟାର ସାଂସଦ ଓମ୍ କୃଷ୍ଣା ବିର୍ଲାଙ୍କୁ ବାଚସ୍ପତି ପାଇଁ ମନୋନୀତ କରିଛି । ସେ ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ଆସନ୍ତାକାଲି ଗୃହରେ ବାଚସ୍ପତି ନିର୍ବାଚନ ହେବ । ବିଜେଡ଼ି ତାଙ୍କୁ ସମର୍ଥନ କରିବ ବୋଲି ସ୍ପଷ୍ଟ କରିଛି । ଆଜି ବସିଥିବା ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ହୋଇଛି । ପୂର୍ବରୁ ବାଚସ୍ପତି ନିର୍ବାଚନରେ ସମର୍ଥ କରିବାକୁ କେନ୍ଦ୍ର ଅନୁରୋଧ କରିଥିଲା । ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନୁରୋଧ କରିଥିଲେ ବୋଲି ପିନାକୀ ମିଶ୍ର କହିଛନ୍ତି। ୱାଇଏସଆର କଂଗ୍ରେସ ,ଏଆଇଏଡ଼ିଏମକେ ମଧ୍ୟ ସମର୍ଥନ ଜଣାଇଛି । ଉଭୟ ରାଷ୍ଟ୍ରପତି ଓ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡ଼ି ଏନ୍ଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲା ।