ମୋହନ ସରକାର ରଖିଲେ ନବୀନଙ୍କ ଦାବି : ଭୁବନେଶ୍ୱର ବନ୍ଦ ଡାକରା ପ୍ରତ୍ୟାହୃତ କଲା ବିଜେଡି

0

ଭୁବନେଶ୍ୱର : ବିଜେଡିର ଭୁବନେଶ୍ୱର ବନ୍ଦ ଡାକରା ପ୍ରତ୍ୟାହୃତ । ଭରତପୁର ଘଟଣାକୁ ନେଇ ହରତାଳ ଡାକରା ଦେଇଥିଲା ବିଜେଡି । ଭରତପୁର ସେନା ପୋଲିସ କଳି ଘଟଣାରେ ଘଡିକେ ଘୋଡା ଛୁଟୁଛି । ସୁରକ୍ଷା ଠାରୁ ନେଇ ନାରୀ ସୁରକ୍ଷା, ରକ୍ଷକ ସାଜୁଛନ୍ତି ଭକ୍ଷକ ଭଳି ଚର୍ଚ୍ଚିତ ଘଟଣାଟି ସମୟକ୍ରମେ ରାଜନୀତିର ଶିରୋନାମା ପାଲଟିଲାଣି । ଏହି ଘଟଣା କୁ ନେଇ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି କରିଥିଲେ ନବୀନ । ଗୃହ ବିଭାଗର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ନିଷ୍ପତ୍ତି ପରେ ଆନ୍ଦୋଳନ ଡାକରା ପ୍ରତ୍ୟାହାର କଲା ବିଜେଡି । କାଲି ଭୁବନେଶ୍ୱର ବନ୍ଦ ଡାକରା ଦେଇଥିଲା ବିଜେଡି । ମଙ୍ଗଳବାର ପାଳନ ହୋଇଥାନ୍ତା ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ।