ଭୁବନେଶ୍ୱର : ଅଳ୍ପ ଦିନ ମଧ୍ୟରେ ଶେଷ ହେବ ବଜେଟ ଅଧିବେଶନ । ଏହାରି ଭିତରେ ରାଜ୍ୟପାଳଙ୍କ ଅଭିଭାଷଣ ବକ୍ତବ୍ୟ ବେଳେ ସଂସଦୀୟ ମନ୍ତ୍ରୀ କହିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ କରିବା ପାଇଁ, ଏହି ପ୍ରସଙ୍ଗକୁ ବିଜେଡି ନେତା ଗୃହର ବିବରଣୀରୁ ହଟାଇବା ପାଇଁ କହିଥିଲେ ଏବଂ ବାଚସ୍ପତି ଏସମ୍ପର୍କିତ ବିଚାର କରିବେ ବୋଲି ଜଣାଇଥିଲେ । ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ଆଇନ ମନ୍ତ୍ରୀ ଗଣମାଧ୍ୟମରେ କହିଥିଲେ ଯେ, ପୁରୀ ଜିଲ୍ଲପାଳ ଉକ୍ତ ଘଟଣାର ରିପୋର୍ଟ ଦେବେ କିନ୍ତୁ ମାସେ ବିତିଗଲେ ସୁଦ୍ଧା କୌଣସି ଉତ୍ତର ଆସିନାହିଁ । ଗୃହ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଗୃହ ବାହାରେ ଅଗ୍ନିବିର ପ୍ରସଙ୍ଗରେ ଗୃହ ବାହାରେ ଘୋଷଣା କରିଥିଲେ ଏନେଇ ବିରୋଧୀ ଦଳ ପକ୍ଷରୁ ସ୍ବାଧୀକାର ଭଙ୍ଗ ନୋଟିସ ଅଣାଯାଇଥିଲା । ସେସବୁ ବିଷୟରେ ମଧ୍ୟ ବାଚସ୍ପତି ବିଚାର କରିବେ ବୋଲି କହିଥିଲେ, କ’ଣ ହେଲା କହି ବାଚସ୍ପତିଙ୍କ ଉତ୍ତର ଦାବି କଲେ ବିଜେଡି ବିଧାୟକ ପ୍ରତାପ ଦେବ। ପୂର୍ବ ଭଳି ଏଥର ମଧ୍ୟ ବାଚସ୍ପତି ସମାନ ଉତ୍ତର ରଖିଛନ୍ତି । ଏସବୁ ସମ୍ପର୍କରେ ପରେ ଜଣାଇବେ ବୋଲି କହିଛନ୍ତି ।