ଚାଷୀଙ୍କୁ ଭୁଆଁ ବୁଲାଉଛି ବିଜେଡ଼ି ସରକାର
ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କଲେ ବିଜେପି ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ
ଭୁବନେଶ୍ୱର : ଚାଷୀଙ୍କୁ ଭୁଆଁ ବୁଲାଉଛି ବିଜେଡ଼ି ସରକାର। ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କଲେ ବିଜେପି ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ। କାଳିଆ ଯୋଜନା ଏବଂ ବୋନସ ଘୋଷଣା କରି ନିର୍ବାଚନ ଜିତିଲେ । ହେଲେ ତାକୁ ଏବେ ସରକାର କାର୍ଯ୍ୟାକାରୀ କରୁନାହାନ୍ତି। ୨୦୧୯ରେ ନିର୍ବାଚନକୁ ଆଖି ଆଗରେ ରଖି କାଳିଆ ଯୋଜନା କରି ଚାଷୀଙ୍କୁ ବାର୍ଷିକ ୧୦ ହଜାର ସହାୟତା ଯୋଗାଇଦେବେ ବୋଲି କହିଥିଲେ। କିନ୍ତୁ ଏବେ ୪ ହଜାର ଦେଉଛନ୍ତି । ହେଲେ ତାହା ବି ନିୟମିତା ଦେଉନାହାନ୍ତି, କେବଳ ନିର୍ବାଚନ ଆସିଲେ ମିଳୁଛି। ବିଜେପି ନିବେଦନ କରୁଛି ସରକାର ନୈତିକତାର ସହ ସେହି ନିସ୍ପତ୍ତିକୁ କାର୍ଯ୍ୟାକାରୀ କରନ୍ତୁ । ନହେଲେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଙ୍କୁ ଓଡ଼ିଶା ମାଟିରେ ପାଦ ରଖିବାକୁ ଚାଷୀ ଦେବେନି । ୨୦୧୬ରେ କହିଥିଲେ ରାଜ୍ୟ ସରକାର ଏମଏସପି ସହ ୧୦୦ ଟଙ୍କା ଲେଖାଏଁ ବୋନସ୍ ଦେବେ। ହେଲେ ଗତ ୬ ବର୍ଷରେ ଜଣେ ବି ଚାଷୀ ସେ ବୋନସ ପଇସା ପାଇନାହିଁ । ଚଳିତ ଖରିଫ ଧାନକିଣାରେ ସରକାର ବୋନସ ଦିଅନ୍ତୁ । ନେହେଲେ ଫଳାଫଳ ଭୟାଭୟ ହେବ ବୋଲି ଚେତାବନୀ ଦେଲା ବିଜେପି । ଅନ୍ୟପଟେ ସାତ ଦିନରେ ପହଞ୍ଚିଛି ବିଜେପିର ସତ୍ୟାଗ୍ରହ। ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ପ୍ରସଂଗକୁ ନେଇ ବିଧାନସଭା ଆଗରେ ସତ୍ୟାଗ୍ରହରେ ବସିଛି ବିଜେପି। ଓଡ଼ିଶା ଚାଷୀଙ୍କୁ ନ୍ୟାୟ ଓ ସମ୍ମାନ ପାଇଁ ବିଜେପି ଲଢେଇ କରୁଛି ।