(ରିପୋର୍ଟସ ଟୁଡ଼େ / ନୂଆଦିଲ୍ଳୀ ): ଦିଲ୍ଲୀ ନିର୍ବାଚନ ପ୍ରଚାର ଆରମ୍ଭରୁ ବିଜେପି ତାର ସମସ୍ତ ମାଷ୍ଟର କାର୍ଡ ଖେଳିବା ଆରମ୍ଭ କରିଦେଇଛି। ବିଜେପି ଅଧ୍ୟକ୍ଷ ଜେପି ନଡ଼ା ନିର୍ବାଚନ ପ୍ରଚାର ପାଇଁ ୨୪୦ ଜଣ ସାଂସଦଙ୍କୁ ନିୟୋଜିତ କରିଛନ୍ତି। ଏହି ସବୁ ସାଂସଦ ଆସନ୍ତା ୪ଦିନ ଯାଏଁ ଦିଲ୍ଲୀରେ ରହିବେ ଏବଂ ବିଜେପି ପାଇଁ ଭୋଟ୍ ମାଗିବେ। ତେବେ ସବୁଠାରୁ ଖାସ୍ କଥା ଏହିକି ଯେ, ଏହି ସାଂସଦମାନେ ବସ୍ତି ଅଞ୍ଚଳରେ ରହିବେ, ସେହିଠାରେ ଖାଇବେ ଏବଂ ଲୋକମାନଙ୍କୁ ଭୋଟ୍ ମାଗିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବ୍ୟତୀତ ଅନ୍ୟ ଷ୍ଟାର ନେତାମାନେ ମଧ୍ୟ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି।
ଏହି ମଧ୍ୟରେ ବିଜେପି ଅଧ୍ୟକ୍ଷ ଜେପି ନଡ଼ା ଶକୁରବସ୍ତୀ, ମଡ଼େଲ ଟାଉନ୍ ଏବଂ ଚାନ୍ଦିନୀ ଚୌକରେ ଜନସଭା କରିବାକୁ ପହଁଚିଛନ୍ତି। ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ସେଠାରେ ଉପସ୍ଥିତ ଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ତ୍ରିନଗର, ମାଦୀପୁର ଏବଂ ପଟେଲ ନଗରରେ ପହଁଚି ପାର୍ଟି ପ୍ରତ୍ୟାଶୀଙ୍କ ପାଇଁ ଭୋଟ୍ ମାଗିଛନ୍ତି ଓ କେଜରିୱାଲ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।