ବିଜେପିରେ ମିଶିଲେ ଶତାଧିକ କର୍ମୀ

0

(ଜୟନ୍ତ କୁମାର ସେଠୀ) : ପିପିଲି ମଙ୍ଗଳପୁର ପଚାଂୟତ ପୂର୍ବତନ ସରପଞ୍ଚଙ୍କ ସମେତ ଶତାଧିକ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଉପରେ ଭରସା ରଖି ଅଞ୍ଚଳର ବିକାଶ ନିମନ୍ତେ ବିଭିନ୍ନ ରାଜନୈତିକ ଦଳ ଛାଡ଼ି ବିଜେପିରେ ଯୋଗ ଦେବା କଥା କହିଛନ୍ତି । ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ଉପସ୍ଥିିତରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ପିପିଲି ବିଜେପି ନେତା ଆଶ୍ରିତ ପଟ୍ଟନାୟକ, ପୁରୀ ଜିଲ୍ଲା ଉପସଭାପତି ଜନ୍ମେଜୟ ଜେନା,ଜିଲ୍ଲା ବିଜେପି ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ, ବରିଷ୍ଠ ବିଜେପି ନେତା ନବକିଶୋର ରାଉତ ପ୍ରମୁଖ ଏହି ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ ।