(ଜୟନ୍ତ କୁମାର ସେଠୀ / ଗୋପ ) : ପୁରୀ ଜିଲ୍ଲା ପିପିଲ ଓ ସାତଶଖଂ ସ୍ଥିତ ଶୀତଳ ଭଣ୍ଡାରେ ସଂରକ୍ଷିତ ଥିବା ଆଳୁ ଗଜା ହେବା ପରେ ଆଜି ବିଜେପିର ଏକ ପ୍ରତିନିଧୀ ଦଳ ପିପିଲି ସାତଶଙ୍ଖସ୍ଥିତ ଶୀତଳ ଭଣ୍ଡାର ରେ ଗଜା ଅ।ଳୁର ଅନୁଧ୍ୟାନ କରିଛି । ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସାଧ।ରଣ ସଂପାଦକ ସୁରଥ ବିଶ୍ଵାଳଙ୍କ ନେତୁତ୍ଵରେ ଗଜା ଅ।ଳୁର ଅନୁଧ୍ୟାନ କରି ଶୀତଳ ଭଣ୍ଡାର ସଂପାଦକଙ୍କ ସହିତ ଅ।ଲୋଚନା କରିଥିଲେ । ଚାଷୀ ମାନେ କିଭଳି କ୍ଷତି ପୂରଣ ପାଇପାରିବେ ଏ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ ବୋଲି କହିଥିବା ବେଳେ ଜିଲ୍ଲାରେ ଥିବା ଏକମାତ୍ର ଶୀତଳ ଭଣ୍ଡାର କିଭଳି ୨୪ ଘଣ୍ଟିଅ। କାର୍ୟ୍ୟକ୍ରମ ହେବ ସେ ନେଇ ସରକାର ଚିନ୍ତା କରିବାର ଅ।ବଶ୍ୟକତା ଥିଲା ବୋଲି କହିଛନ୍ତି । ସେପଟେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ପୂରଣ ନ ଦିଅ।ଗଲେ ବିଜେପି ଚାଷୀ ମାନଙ୍କ ନେତୁତ୍ଵ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି । ଏହି ପ୍ରତିନିଧୀ ଦଳରେ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଦିଲ୍ଲିପ ସ୍ଵାଇଁ, ବିଜେପି ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବିଜେପି ନେତା ଅ।ଶ୍ରିତ ପଟ୍ଟନାୟକ ପ୍ରମୁଖ ଏହି ପ୍ରତିନିଧୀ ଦଳରେ ଯାଇ ଚାଷୀ ମାନଙ୍କର ସମସ୍ୟା ସଂପର୍କରେ ଅ।ଲୋଚନା କରିଛନ୍ତି ।