ବିଜେପି କୃଷକ ମୋର୍ଚ୍ଚାର ସଦସ୍ୟତା କାର୍ଯ୍ୟକ୍ରମ ଅଭିଯାନ

0

(ସୁରେଶ କୁମାର ସାମନ୍ତରାୟ)ବୋଲଗଡ଼: ବୋଲଗଡ଼ ବ୍ଳକ ଚୁଡ଼ା ଗ୍ରାମ ଠାରେ ଦଳର କୃଷକ ମୋର୍ଚ୍ଚା ପକ୍ଷରୁ ବିଜେପି ଦଳର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ୧୦ ଲକ୍ଷ ଚାଷୀ ଭାଇ ଭଉଣୀ ମାନଙ୍କୁ ବିଜେପିର ସଦସ୍ୟତା ଅଭିଯାନରେ ସାମିଲ କରିବା ପାଇଁ ଆହ୍ୱାନ ଦିଆଯାଇଛି ।ଏଥି ପାଇଁ ବୋଲଗଡ ବ୍ଳକ ଅଞ୍ଚଳରେ କିପରି ଅଧିକ ସଂଖ୍ୟାରେ ଚାଷୀ ମାନେ ସଦସ୍ୟତା ଗ୍ରହଣ କରିବେ ସେଥିପାଇଁ ଉକ୍ତ କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଉକ୍ତ ଅଭିଯାନ କାର୍ଯ୍ୟକ୍ରମରେ ବୋଲଗଡ଼ ଅଞ୍ଚଳରୁ ବହୁ ସଂଖ୍ୟାରେ ଚାଷୀ ଭାଇ ଓ ଭାଉଣୀ ମାନେ ସଦସ୍ୟତା ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ, ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ,ରାଜ୍ୟ ଉପସଭାପତି ଶ୍ରୀ ରଂଜନ ମଙ୍ଗରାଜ , ରାଜ୍ୟ ସଂପାଦକ ଅଶୋକ କୁମାର ମହାନ୍ତି,ରାଜ୍ୟ ସଂଯୋଜକ ବିଶ୍ୱଜିତ ସ୍ୱାଇଁ ପ୍ରମୁଖଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।