ବିଜେପିର ସାଙ୍ଗଠନିକ ନିର୍ବାଚନ ରାଜ୍ୟ ସ୍ତରୀୟ କର୍ମଶାଳା ସ୍ଥଗିତ

0

(ତ୍ରିଲୋଚନ ରାଉତ / ରିପୋର୍ଟସ ଟୁଡ଼େ ) : ବରିଷ୍ଠ ବିଜେପି ନେତା ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀଙ୍କ ବିୟୋଗ କାରଣରୁ ଆସନ୍ତା କାଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ ସାଙ୍ଗଠନିକ ନିର୍ବାଚନ ପାଇଁ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ କର୍ମଶାଳା ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ସ୍ଥଗିତ ରଖାଯାଇଛି । ଏହି କର୍ମଶାଳାର ଧାର୍ଯ୍ୟ ତାରିଖ ପରବର୍ତ୍ତିୀ ସମୟରେ ଜଣାଇ ଦିଆଯିବ ବୋଲି ରାଜ୍ୟ ବଜେପି ସହ ନିର୍ବାଚନ ଅଧିକାରୀ ଓ ମୁଖପାତ୍ର ସୁନ୍ଦୀପ୍ତ ରାଏ ସୂଚନା ଦେଇଛନ୍ତି ।