ଭୁବନେଶ୍ୱର:ରେଳ ବଜେଟରେ ଓଡିଶାକୁ ଅବେହଳା ଅଭିଯୋଗ ଆଣି କେନ୍ଦ୍ର ସରକାର ଉପରେ ବର୍ଷୀଲା ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ଦଳର ଅଭିଯୋଗ କଲା ବିଜେଡି। କଲରା ହେଉଛି ପିତା ପରିବା। ଚିନୀରେ ଖାଇଲେ ବି ପିତା।ସତ ସବୁବେଳେ ସତ… ସତ୍ୟ ହେଉଛି ଗତ 9 ବର୍ଷ ହେବ କେନ୍ଦ୍ର ରେ nda ସରକାର।ରେଳ ବଜେଟରେ ଓଡ଼ିଶା କୁ ସାବତ ମା ଭଳି ବ୍ୟବହାର କରୁଛି ଏନଡ଼ିଏ ସରକାର ଓଡ଼ିଶାକୁ ସାବତ ମା ଭଳି ଦେଖୁଛନ୍ତି। ରେଳରେ ପ୍ରତ୍ୟେକ ବର୍ଷ 20ରୁ 22 ହଜାର କୋଟି ରାଜସ୍ଵ ଓଡ଼ିଶା ଦେଉଛି 9 ବର୍ଷରେ ମୋଟ 2ଲକ୍ଷ କୋଟି ଦିଆଯାଇଛି। ହେଲେ ଦୁଖର କଥା ଏତେ ଟଙ୍କା ଦେଲା ପରେ ବି ରାଜ୍ୟ ରେଳରେ ଅବହେଳିତ। ଆଦିବାସୀ ଅଧୂଷିତ ଜିଲ୍ଲାକୁ ଏହି 9 ବର୍ଷରେ କେଉଠି କୁ ବି ରେଳ ସଂଯୋଗ ହୋଇନି। ନୂଆ ସଂଯୋଗକରଣ ନାହିଁ, 30 ଜିଲ୍ଳାର ମାତ୍ର ଗୋଟିଏ ଜିଲ୍ଳା ନୟାଗଡକୁ ଗୋଟି ଟ୍ରେନ୍ ଗଡ଼ିଲା। କେନ୍ଦ୍ରାପଡ଼ାକୁ ଟ୍ରେନ ଗଡ଼େଇ ମିଠା ବାଣ୍ଟିଲେ ହେଲେ ଲାଇନ ବିଛା ହେବାର 2 ବର୍ଷ ପରେ ବି ଟ୍ରେନ୍ ଗଡ଼ି ପାରିଲାନି। ଓଡ଼ିଶାରେ 9 ବର୍ଷରେ ଗୋଟିଏ ବି ରେଳ ଶିଳ୍ପ ହେଲା ନାହିଁ କି ସେହି ଶିଳ୍ପରେ କୌଣସି ଓଡ଼ିଆ ଯୁବକ ଯୁବତୀଙ୍କୁ ନିଯୁକ୍ତି ନାହିଁ…ସୀତା ପଲ୍ଲୀ ରେଳ ୱାଗନ୍ କାରଖାନ ପାଇଁ ଆନୁଦାନ ଆସିଲା ହେଲେ କାମ ହୋଇ ପାରିଲାନି। ଐତିହ ସ୍ଥଳୀ ପୁରୀ -କୋଣାର୍କକୁ ରେଳ ସଂଯୋଗ ହୋଇ ପାରିଲାନି। ବରଗଡ଼ ନୂଆପଡ଼ାକୁ ଟ୍ରେନ ହେଲା ନାହିଁ…ଗୁଣୁପୁର ଥେରୁବାଲି ପାଇଁ ପ୍ରତିଶ୍ରୁତି କୁଆଡେ ଗଲା। ଏସବୁ ପ୍ରତିଶୃତି ଆଉ ନିଷ୍ପତ୍ତି ବୋଧେ କେନ୍ଦ୍ର ସରକାରଙ୍କ ଶୀତଳ ଭଣ୍ଡାରରେ ବୋଲି ଅଭିଯୋଗ ଆଣିଛି ବିଜେଡ଼ି।ତାଳଚେର ବିମଳାଗଡ଼ ଲାଇନ ବି ହେଲାଣି। ନଡ଼ିଆ ଭଙ୍ଗା ଏବଂ ଫିତାକଟା ହେଇଛି। କେନ୍ଦ୍ରସରକାର ୱାର୍ଲଡ଼ ରେକର୍ଡ କରିବେ ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନ ମନ୍ଥର ଗତି ରେ କାମ କରି। ଓଡିଶାରୁ 2 ଲକ୍ଷ କୋଟି ନେଉଛନ୍ତି ଦେଉଛନ୍ତି କଣ। ବହୁ ସାଂସଦ ବିଜେପି ର ଦିଲ୍ଲୀ ଯାଇଛନ୍ତି ଭୁଁଆ ନ ବୁଲାଇ ଓଡ଼ିଶାର ସ୍ୱର ଉତ୍ତୋଳନ କଲେ ଆମେ ଉପକୃତ ହେବୁ।
ଦେଶର କିମ୍ବା ରାଜ୍ୟର ପ୍ରଗତି ରେ ରେଳବାଇ ର ଭୂମିକା ଅଛି। ଯେଉଁଠି ରେଳବାଇ ର ପ୍ରଗତି ହୋଇଛି ତାର ଆର୍ଥିକ ସ୍ୱଛତା ହୋଇଛି। ଓଡ଼ିଶା ବୈମାତୃକ ମନୋଭାବର ର ଶିକାର ହୋଇଛି। ଜେପି ଚିତ୍କାର କରୁଛି। 2 ଲକ୍ଷ କୋଟି ଓଡ଼ିଶା ଦେଲାଣି କେତେଟା ନୁଆଁ ରେଳ ଲାଇନ କଲେନି ଉତ୍ତର ଦିଅନ୍ତୁ ଖାଲି ଡିଣ୍ଡିମ ପିଟିଲେ ରାଜ୍ୟ ର ବିକାଶ ହେବନି ଓଡ଼ିଶା ଦେଇଚାଲିଛି ଆମେ ଆଶା କରୁଛୁ ଅନ୍ୟ ରାଜ୍ୟ ପରି ଡେନସିଟି ବଢିବ । ଆମେ ଆଶା କରୁଛୁ ଯେଉଁ ପ୍ରଶ୍ନ ପଚାରିଛୁ ଉତ୍ତର ଆଶା କରୁଛୁ ।