ନୂଆଦିଲ୍ଲୀ : ଆଗକୁ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ଏଥିପାଇଁ ବହୁ ଚର୍ଚ୍ଚା , ଆଲୋଚନା , ସମାଲୋଚନା ପରେ ଆଜି ପରିଶେଷରେ ନିଜର ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ଏଥିରେ ୨୯ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି ।
ଆଉ ଏଥିରେ କେଜ୍ରିୱାଲଙ୍କ ବିପକ୍ଷରେ ପୂର୍ବତନ ଲୋକସଭା ସାଂସଦ ପ୍ରବେଶ ବର୍ମାଙ୍କୁ ଟିକେଟ୍ ଦେଇଛି ଦଳ । ଏହା ସହ ବର୍ତ୍ତମାନର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିସୀଙ୍କ ବିପକ୍ଷରେ ବିଜେପିର ବରିଷ୍ଠ ନେତା ରମେଶ ବିଧୁଡି ଲଢିବାକୁ ଯାଉଛନ୍ତି । ସେହିପରି ଆପ୍ ଛାଡି ବିଜେପିରେ ମିଶିଥିବା କୈଳାସ ଗେହଲଟଙ୍କୁ ବି ବିଜେପି ପ୍ରାର୍ଥୀ ଘୋଷଣା କରିଛି ।
ଆଉ ଏହାରି ଭିତରେ ୨୯ ଜଣ ବିଜେପି ପ୍ରାର୍ଥୀଙ୍କୁ ପୁରୀ ସାଂସଦ ଡ. ସମ୍ବିତ ପାତ୍ର ଅନେକ ଆନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ସେମାନଙ୍କର ତାଲିକା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଜାରି କରିଛନ୍ତି ।