ବିଭିନ୍ନ ଜିଲ୍ଲାରେ ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଘୋଷଣା କରିଛି ବିଜେପି

0

ଭୁବନେଶ୍ୱର : ଘୋଷଣା ହୋଇଛି ବିଜେପିର ଜିଲ୍ଲା ସଭାପତିଙ୍କ ନାଁ । ବିଭିନ୍ନ ଜିଲ୍ଲାରେ ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଘୋଷଣା କରିଛି ଦଳ । ଗଞ୍ଜାମ ଜିଲ୍ଲାର ବିଜେପି ସଭାପତି ହେଉଛନ୍ତି ସରୋଜ ସାବତ ।  ବଲାଙ୍ଗୀରର ଶ୍ରୀ ବତ୍ସ ବେହେରା । ସେହିପରି ପୁରୀ ଜିଲ୍ଲାର ଦେବେନ୍ଦ୍ର ତରାଇ , ସୁନ୍ଦରଗଡର ଗିରୀଶ ସାହୁ । ଢେଙ୍କାନାଳର  ରାସ ବିହାରୀ ବେହେରା ହେଉଛନ୍ତି  ବିଜେପି ସଭାପତି । କେନ୍ଦ୍ରାପଡାର ଶଶାଙ୍କ ଶେଖର ସେଠୀ । ବାଲେଶ୍ୱରର ଇଶ୍ୱର ଚନ୍ଦ୍ର ବେହେରା , କଟକ ନଗରର ସୁକାନ୍ତ ବିଶ୍ୱାଳ । କଳାହାଣ୍ଡିର ଯୁଗଳ ପୋଢ , ମୟୁରଭଞ୍ଜ ଜିଲ୍ଲାର  ଜୁରିଲାଲ ମହନ୍ତ । ଦେବଗଡର ଅରୁଣ କୁମାର ସାହୁ ।