ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେପିର ନାମାଙ୍କନ ଦାଖଲ ବେଳେ ଅଣା ଯାଉଥିବା ଅଭିଯୋଗ କୁ ନେଇ ବିଜେଡିର ପ୍ରତିକ୍ରିୟା। ଆଇନଶୃଙ୍ଖଳା ପ୍ରସଙ୍ଗ ବିଜେପି ନ କହିବା ଭଲ । ଅତିକ ଅପରାଧୀ ହେଉ କି ବା ଯିଏ ହେଉ କିନ୍ତୁ ପୋଲିସ କଡ଼ନ ଭିତରେ ଥାଇ ଆତତାଇ ମାନଙ୍କ ଦ୍ୱାରା ନିହତ ହେଲେ ଏଇଟା କଣ ତାଙ୍କ ଆଇନଶୃଙ୍ଖଳା ର ପରିଚୟ । ଚାଲୁଣି ପୁଣି କହୁଛି ଛୁଞ୍ଚି କୁ । ନିର୍ବାଚନ ପାଇଁ କେବଳ ଅଭିଯୋଗ ଆଧାରରେ ଅଭିଯୋଗ କରି ଲୋକଙ୍କୁ ବିଭ୍ରାନ୍ତି କଲେ ବିଜେପିର ସବୁ ଦୁର୍ବଳତା ପଦାରେ ପଡିବ । ଆସନ୍ତା କାଲି ବିଜେଡି ନାମାଙ୍କନ ଭରିବ । ଭଲ ସଂଖ୍ୟାରେ କାଲି ଲୋକେ ଆସିବେ । ୧୨ ଟା ରୁ ୧.୩୦ ପର୍ଯ୍ୟନ୍ତ ଶୁଭ ମୁହୂର୍ତ୍ତ ରହିଛି । ଦଳ ପକ୍ଷରୁ ଯେଉଁ ମାନେ ସବୁ ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହିଛନ୍ତି ସେମାନେ ସେଠି ଉପସ୍ଥିତ ରହିବେ ।