ବିରୋଧୀଙ୍କ ପ୍ରଶ୍ନର ଉତ୍ତର ବଦଳରେ ଶାସକ ଦଳ ବ୍ୟକ୍ତିଗତ ଆକ୍ରମଣକୁ ବିଜେପିର ନିନ୍ଦା

0

ଭୁବନେଶ୍ୱର:ବିରୋଧୀଙ୍କ ପ୍ରଶ୍ନର ଉତ୍ତର ବଦଳରେ ଶାସକ ଦଳ ବ୍ୟକ୍ତିଗତ ଆକ୍ରମଣକୁ ବିଜେପିର ନିନ୍ଦା। ସାମ୍ବାଦିକ ସମ୍ମିଳନୀ କରି ବିଜେଡ଼ି ସାଂସଦ ସସ୍ମିତ ପାତ୍ରଙ୍କୁ ଟାର୍ଗେଟ। ବିଗତ ଦିନରେ ସସ୍ମିତ ଳେଖିଥିବା ଏକ ଇଂରାଜୀ ଆର୍ଟିକିଲ୍ ଦେଖାଇ ଟାର୍ଗେଟ। ଯେଉଥିରେ ବେଇମାନ ଳିଗାସୀ ଇନ୍ ନବୀନସ୍ ବିଜେଡ଼ି ବୋଲି ଶୀର୍ଷକରେ କେମିତି ବିଜେଡ଼ି ବିଜେପି ପ୍ରତି ବେଇମାନ କରିଥିବା ସସ୍ମିତ ସେଥିରେ ଉଲ୍ଳେଖ କରିଛନ୍ତି ବୋଲି କହିବା ସହ ନବ ଦାସଙ୍କ ମାମଲାରେ ବେଇମାନୀ ହେବନିତ ବୋଲି ପ୍ରଶ୍ନ ଉଠାଇଛି ବିଜେପି।  ଏହା ସହ । ତାକୁ କାହିଁକି ଆଉ କିଏ ଚାପିଛି ସେ କଥାର ଉତ୍ତର ସସ୍ମିତ ପାତ୍ର ରଖିବେକି ବୋଲି ପ୍ରଶ୍ନ କଲା ବିଜେପି। ସେହିଭଳି ବିଜେପି ନେତାମାନଙ୍କ ବିରୋଧରେ ଶାସକ ଦଳ ଅପରାଧିକ ମାମଲା ଆଣୁଥିବା ନେଇ ବିଜେପି କହିଛି ବିଧାୟକ ସୁଶାନ୍ତ ସିଂଙ୍କ ଉପରେ ମାମଲା ରହିଛି ତାଙ୍କ ମାଳ ମାଳ ନେତାଙ୍କ ନାଁରେ ବି ମାମଲା ରହିଛି। ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରୁଛନ୍ତି ହେଲେ ବିଜେଡିର କଣ କୌଣସି ନେତା ଜେଲ ଯାଇ ନାହାନ୍ତି ବୋଲି ବିଜେପି ପ୍ରଶ୍ନ କରୁଛି। ନବ ଦାସଙ୍କ ହତ୍ୟାର ତଦନ୍ତର ଗତି କୁଆଡେ ବୁଝିବା କଷ୍ଟ । ତେଣୁ  ବିରୋଧୀ ପ୍ରଶ୍ନ କଲେ ଜବାବ ପରିବର୍ତ୍ତେ ବ୍ୟକ୍ତିଗତ ଆକ୍ରମଣ କରୁଛନ୍ତି। ଓଡ଼ିଶା ଜନ ସାଧାରଣ ଆଶା ରଖିଛନ୍ତି ତୁରନ୍ତ ତଦନ୍ତ ଶେଷ ହେଉ ଦୋଷୀ ଦଣ୍ଡ ପାଉ। ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଭଳି ସରକାରଙ୍କୁ ଆକ୍ରମଣ କରିଥିଲେ ତାଙ୍କୁ ସାଂସଦ ସସ୍ମିତ ପାତ୍ର ବ୍ୟକ୍ତିଗତ କୁତ୍ସାରଟନ କରିଥିବା ଅଭିଯୋଗ କରିଛି ବିଜେପି।