ଭୁବନେଶ୍ୱର/ ରାଜେଶ ସାହୁ: ପିପିଲି ଉପନିର୍ବାଚନ ପାଇଁ ଵିଜେପି ପକ୍ଷରୁ ଷ୍ଟାର କ୍ୟାମ୍ପେନର ତାଲିକା ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଇଛି । ବିଜେପିର ୩ ଜଣିଆ କମିଟି ନିର୍ବାଚନ କମିଶନରଙ୍କୁ ଭେଟି ଏହି ଷ୍ଟାର କ୍ୟାମ୍ପେନର ତାଲିକା ପ୍ରଦାନ କରିଛନ୍ତି। ଏହା ସହ ସଂଗୀନ ଆରୋପ ମଧ୍ୟ ଆଣିଛି ଵିଜେପି । ନିର୍ବାଚନ କିଛି ଦିନ ରହିଥିବା ବେଳେ ପିପିଲି ଅଂଚଳରେ ଜଣେ ସରକାରୀ ଡାକ୍ତର ନିଜର ସୋସିଆଲ ମିଡିଆ ଫେସବୁକରେ ବିଜେଡି ପ୍ରାର୍ଥୀକୁ ଭୋଟ ଦେବା ପାଇଁ ପୋଷ୍ଟ କରିଥିବା ଅଭିଯୋଗ କରିଛି ଵିଜେପି । ଆଉ କିଛି ଦିନ ରହିଛି ହେଲେ କେମିତି ଏକ ସରକାରୀ କର୍ମଚାରୀ ଏଭଳି ପୋଷ୍ଟ କରି ପାରୁଛନ୍ତି ବୋଲି ଆଜି ଵିଜେପି ପକ୍ଷରୁ ଏକ ଲିଖିତ ଅଭିଯୋଗ ଦିଆଯାଇଛି ନିର୍ବାଚନ କମିଶନର ନିକଟରେ । ଏହାର ତଦନ୍ତ ପାଇଁ ଵିଜେପି ଦାବି କରିଛି । ତେବେ ଏହା ସତ୍ୟତା କେତେ ରହିଛି ତାହା ଆଗାମୀ ଦିନ କହିବ । ହେଲେ ଦିନକୁ ଦିନ ପିପିଲି ନିର୍ବାଚନ ରଣନୀତି ବେଶ ସରଗରମ ଥିବା ଏହା ସୂଚନା ଦେଉଛି ।