(ତ୍ରିଲୋଚନ / ଭୁବନେଶ୍ୱର ) : ତୀବ୍ର ହେବାରେ ଲାଗିଛି ମୁଖ୍ୟମନ୍ତ୍ରୀ ପାଇଁ ଥିବା ଗୁଇନ୍ଦା ରିପୋର୍ଟ ପ୍ରସଙ୍ଗ । ବିଜେଡିର ଆରୋପ ପରେ ଏବେ ଏହା ଉପରେ ମନ୍ତବ୍ୟ ରଖିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ଚିଠିର ସତ୍ୟତା ଜାଣିବା ପାଇଁ ଏହାର ତଦନ୍ତ ସିବିଆଇ ଦ୍ୱାରା କରାଯାଉ ବୋଲି ଗୋଲକ ମହପାତ୍ର ଦାବି କରିଛନ୍ତି । ସେପଟେ ଏହି ଗୁଇନ୍ଦା ଚିଠି ନେଇ ବିଜେପି ମୁଖ୍ୟ ନିର୍ବାଚନ ଆୟୋଗଙ୍କଠାରେ ଫେରାଦ ହୋଇଛି । ଉକ୍ତ ଚିଠିକୁ କେନ୍ଦ୍ରୀୟ ଫୋରେନସିକ ଲ୍ୟାବକୁ ପଠାଇବାକୁ ବିଜେପି ଦାବି କରିଛି ।