ଜନ ଶୁଣାଣି ଅଭିଯୋଗ ମୋ ସରକାର ଅଧୀନକୁ ଆସିବା ଉପରେ ବିଜେପି ସାଧାରଣ ସମ୍ପାଦକଙ୍କ ପ୍ରତିକ୍ରିୟା

0

ଭୁବନେଶ୍ୱର: ମୋ ସରକାର ଅଧୀନକୁ ଆସିବ ଜନ ଅଭିଯୋଗ ଶୁଣାଣି । ଆସନ୍ତା ମାସରୁ ଲୋକଙ୍କୁ ଫୋନ କରି ଅଭିଯୋଗର ସମାଧାନ ପଚାରି ବୁଝିବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ୫-ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରି ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣାଣି କରୁଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣିର ସମୀକ୍ଷା କରି ଏହି ପ୍ରକ୍ରିୟାକୁ ମୋ ସରକାର ଅଧୀନକୁ ଆଣିବାକୁ ଘୋଷଣା କରିଛନ୍ତି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ପୁରୁଣା ମଦକୁ ନୂଆ ବୋତଲରେ ଢାଳିବା ନବୀନ ସରକାରର ମୁଖ୍ୟକାମ। ସାମନ କଥା ପୂର୍ବରୁ ୨୨,୨୦ ଓ ୧୮ ମସିହାରେ ମଧ୍ୟ କହିଥିଲେ। ଯଦି ଲୋକଙ୍କ ଅଭିଯୋଗ ଶୁଣିବାର ଅଭ୍ୟାସ ସରକାରଙ୍କର ଥାନ୍ତା ରାଜ୍ୟବାସୀ ଏତେ ହଇରାଣ ହୋଇ ନଥାନ୍ତେ। ପୂର୍ବରୁ ସବୁ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଅଭିଯୋଗ ପ୍ରକୋଷ୍ଠ ଥିଲା। ବିଜୁବାବୁ ଅଭିଯୋଗ ପ୍ରକୋଷ୍ଠ ତିଆରି କରେଇ ଥିଲେ। ଲୋକଙ୍କ ସମସ୍ୟା ସମାଧାନ ପାଇଁ। ନବୀନ ପଟ୍ଟନାୟକ ଏକ ମାତ୍ର ମୁଖ୍ୟମନ୍ତ୍ରୀ ଯିଏ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ପ୍ରସ୍ତୁତ ନୁହଁନ୍ତି । ୨୦୦୮ ମସିହାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଅଚଳ ହୋଇ ପଡିଛି। ତାକୁ କିଛି ମୁଷ୍ଟିମେୟ ଅଧିକାରୀ ବସିକି ହାଜିରା ଦେଉଛନ୍ତି। କୌଣସି ଜାଗାରେ ସାଧାରଣ ଲୋକଙ୍କ ଅଭିଯୋଗକୁ ବିଡ଼ିଓ ଓ ତହସିଲଦାର ମାନେ ଶୁଣୁ ନାହଁନ୍ତି। ଜନ ବିରୋଧୀ ସରକାର କହିବ ଲୋକଙ୍କ ସମସ୍ୟା ଶୁଣି ସରକାର ଚଲେଇବୁ ତାହା ହାସ୍ୟାସ୍ପଦ କଥା। ଏ ସରକାର ମିଛୁଆ ରାଧୁଆରେ ପରିଣତ ହୋଇ ସାରିଛି । ଲୋକ ଏହାକୁ ଆଉ ବିଶ୍ୱାସ କରିବେନି। ଲୋକ ୨୪ ନିର୍ବାଚନ ଏହାର ଉତ୍ତର ଦେବେ। ମୁଖ୍ୟମନ୍ତ୍ରୀ କୁଆଡେ ଗଲେ। କବଳ ଭିଡିଓ କଲରେ ତାଙ୍କ ଦେଖା ମିଳେ। ନିଜ କାମ ନିଜେ କରନ୍ତୁ।