(ହର ପ୍ରସାଦ ବିଶୋଇ)ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଗତକାଲି ହୃଦଘାତରେ ଦେହାନ୍ତ ହୋଇଯାଇଛି । ଏହି ଖବର ପରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ସୁଷମା ୧୪ଫେବୃଆରୀ୧୯୫୨ରେ ଜନ୍ମ ଗ୍ରହଣ କରି ୬ ଅଗଷ୍ଟ ୨୦୧୯ରେ ଶେଷ ନିଶ୍ୱାସ ତ୍ୟାଗ କଲେ । ସୁଷମା ଜଣେ ବିଚକ୍ଷଣ ରାଜନେତ୍ରୀ ଥିଲେ ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ବିଧାୟକ ସୁରେଶ କୁମାର ରାଉତ ରାୟ କହିଛନ୍ତି ।