(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ୱୀପ) – ବିଜେପି ନେତାଙ୍କୁ ହତ୍ୟା ପ୍ରତିବାଦରେ ପାରାଦ୍ୱୀପ ବିଜେପି ତରଫରୁ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର ଦାବିରେ ଆଦର୍ଶ ଥାନା ସମ୍ମୁଖରେ ବିକ୍ଷୋଭ କରିବା ସହିତ ପ୍ରତାପ ଜେନାଙ୍କ କୁଶପୀତୁଳିକା ଦାହ କରାଯାଇଛି । ମାହାଙ୍ଗା ଅଞ୍ଚଳର ନୃତଙ୍ଗର କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ପ୍ରତିବାଦ କରି ପାରାଦ୍ୱୀପ ବିଜେପି ନଗର ସଭାପତି ସୁବ୍ରତ ପ୍ରଧାନଙ୍କ ନେତୃତ୍ୱରେ ବିଶାଳ ରାଲି ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।